Breaking News

ମହାରାଷ୍ଟ୍ରରେ ବାଧ୍ୟତାମୂଳକ ମରାଠୀ ଭାଷା: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମହାରାଷ୍ଟ୍ରରେ ବାଧ୍ୟତାମୂଳକ ହେଲା ମରାଠୀ ଭାଷା । ମାତୃଭାଷାକୁ ସରକାରୀସ୍ତରରେ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର । ଯଦି କୌଣସି କର୍ମଚାରୀ ଏହି ନିୟମକୁ ଉଲ୍ଲଙ୍ଘନ କରେ ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିଜ ମାତୃଭାଷା ପ୍ରତି ଅହେତୁକ ପ୍ରୀତି ଦେଖାଇ କଠୋର ହୋଇଛନ୍ତି ଫଡନାଭିସ୍ ସରକାର ।

ତେବେ ମହାରାଷ୍ଟ୍ର ସରକାର ସରକାରୀ ସଂକଳ୍ପ ଜାରି କରି ସମସ୍ତ ସରକାରୀ କାର୍ଯ୍ୟାଳୟରେ ମରାଠୀ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏଥିରେ କୁହାଯାଇଛି ଯେ ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ମରାଠୀ ଭାଷାରେ କଥା ହେବେ । ଭାରତ ବାହାରୁ ଏବଂ ଅନ୍ୟ ଅଣ-ମରାଠୀ ଭାଷୀ ରାଜ୍ୟରୁ ଆସୁଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତ ପର୍ଯ୍ୟଟକଙ୍କ ସହ କଥାବାର୍ତ୍ତା କରିବା ସମୟରେ ମରାଠୀ ଭାଷା ବ୍ୟବହାର କରିବା ଉଚିତ୍ ।

ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ କାର୍ଯ୍ୟାଳୟ, ଅର୍ଦ୍ଧସରକାରୀ କାର୍ଯ୍ୟାଳୟ, ନିଗମ  ଏବଂ ଅନ୍ୟାନ୍ୟ ସରକାରୀ ସମ୍ବନ୍ଧୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଭାରତ ବାହାରୁ ଏବଂ ଅନ୍ୟ ଅଣ-ମରାଠୀ ଭାଷୀ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ବ୍ୟତୀତ ସେମାନଙ୍କ ଅଫିସରେ ସମସ୍ତେ ଏବଂ ନିଜ ରାଜ୍ୟର ପର୍ଯ୍ୟଟକଙ୍କ ସହିତ ମରାଠୀ ଭାଷା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯଦି କୌଣସି ସରକାରୀ ଅଧିକାରୀ ଏହି ନିୟମ ଉଲ୍ଲଂଘନ କରୁଥିବା ଜଣାପଡ଼େ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ସରକାରୀ ଶୃଙ୍ଖଳାହୀନତା ବୋଲି ବିଚାର କରି ଏବଂ ଯଦି ଅଭିଯୋଗକାରୀ ଉଲ୍ଲଂଘନକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନହୁଅନ୍ତି, ତେବେ ଅଭିଯୋଗକାରୀ ମହାରାଷ୍ଟ୍ର ବିଧାନସଭାର ମରାଠୀ ଭାଷା କମିଟି ନିକଟରେ  ଏ ସଂକ୍ରାନ୍ତରେ ଆବେଦନ କରିପାରିବେ ବୋଲି ସଂକଳ୍ପରେ କୁହାଯାଇଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.