Breaking News

ମୋଦୀଙ୍କ ୩ ଦିନିଆ ଗସ୍ତ ୧୨ରୁ; ଆମେରିକା ସହ ହେବ ବାଣିଜ୍ୟ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରି ୧୨ ତ‌ାରିଖରେ ଆମେରିକା ଗସ୍ତ କରିବେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ।

ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରି ୧୨ ତ‌ାରିଖରେ ଆମେରିକା ଗସ୍ତ କରିବେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଗସ୍ତ ପରେ ମୋଦୀ ଫେବ୍ରୁଆରି ୧୨ ସନ୍ଧ୍ୟା‌ରେ ୱାସିଂଟନ୍‌ ପହଞ୍ଚିବେ ଏବଂ ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ। ଆମେରିକୀୟ କର୍ପୋରେଟ୍‌ ନେତାଙ୍କ ସହ ମଧ୍ୟ ମୋଦୀଙ୍କ ସ୍ବତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ରହିଛି। ଭାରତୀୟ ସମୁଦାୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବାପରେ ମୋଦୀ ଟ୍ରମ୍ପଙ୍କ ସହ ଫୋନ୍‌ କରି କଥା ହୋଇଥିଲେ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।  କଥାବାର୍ତ୍ତା  ପରେ ଟ୍ରମ୍ପ୍‌ କହିଥିଲେ ଯେ ମୋଦୀ ଫେବ୍ରୁଆରିରେ ହ୍ବାଇଟ୍‌ ହାଉସ୍‌ ଗସ୍ତ କରିପାରନ୍ତି। ମୋଦୀଙ୍କ ଗସ୍ତ ଅବସରରେ ଭାରତ-ଆମେରିକା ଦ୍ବିପାକ୍ଷିକ ବାଣିଜ୍ୟ ସଂପର୍କ ଏବଂ ସାମରିକ ସହଯୋଗ ନେଇ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି  ହୋଇପାରେ। ମଧ୍ୟପ୍ରାଚ୍ୟ ସ୍ଥିତି, ରୁ‌ଷ୍‌-ୟୁକ୍ରେନ୍‌ ଯୁଦ୍ଧ ସମେତ ବିଭିନ୍ନ ସାଂପ୍ରତିକ ବୈଶ୍ବିକ ସଙ୍କଟ ନେଇ ମଧ୍ୟ ଉଭୟ ନେତା ଆଲୋଚନା କରିପାରନ୍ତି ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.