Rahul Mamkutathil: ଯୌନ ନିର୍ଯାତନା ମାମଲାରେ ରାହୁଲ ମାମକୁଟାଥିଲଙ୍କୁ ହାଇକୋର୍ଟରୁ ଜାମିନ୍
ଯଦିଓ କୋର୍ଟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ବିରୋଧରେ ଅଭିଯୋଗଗୁଡ଼ିକ ପ୍ରାଥମିକ ଦୃଷ୍ଟିକୋଣରୁ ଦୁଷ୍କର୍ମ ମାମଲା ପ୍ରତିଷ୍ଠା କରୁନାହିଁ, କିନ୍ତୁ ତାଙ୍କ ଆଗୁଆ ଜାମିନ ପାଇଁ କଠୋର ସର୍ତ୍ତାବଳୀ ଜାରି କରିଛନ୍ତି।

ତିରୁଅନନ୍ତପୁରମ୍: ଯଦିଓ କୋର୍ଟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ବିରୋଧରେ ଅଭିଯୋଗଗୁଡ଼ିକ ପ୍ରାଥମିକ ଦୃଷ୍ଟିକୋଣରୁ ଦୁଷ୍କର୍ମ ମାମଲା ପ୍ରତିଷ୍ଠା କରୁନାହିଁ, କିନ୍ତୁ ତାଙ୍କ ଆଗୁଆପଲକ୍କଡ ବିଧାୟକ ରାହୁଲ ମାମକୁଟାଥିଲଙ୍କୁ ତିନିଟି ଯୌନ ନିର୍ଯାତନା ମାମଲା ମଧ୍ୟରୁ ପ୍ରଥମ ମାମଲାରେ ଗୁରୁବାର ହାଇକୋର୍ଟରୁ ଆଗୁଆ ଜାମିନ୍ ମିଳିଛି। ଜାମିନ ପାଇଁ କଠୋର ସର୍ତ୍ତାବଳୀ ଜାରି କରିଛନ୍ତି। ମାମକୁଟାଥିଲଙ୍କୁ କେରଳ ନ ଛାଡିବା ଏବଂ ତାଙ୍କ ପାସପୋର୍ଟ ଏବଂ ମୋବାଇଲ୍ ଫୋନ୍ ଉଭୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଲକ୍କଡ ବିଧାୟକ ରାହୁଲ ମାମକୁଟାଥିଲଙ୍କୁ ଆଗୁଆ ଜାମିନ୍
ଅଭିଯୋଗକାରୀଙ୍କ ସହିତ ଯୋଗାଯୋଗ କରିବା କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଗୁଆ ଜାମିନ୍ ତାଙ୍କୁ ତିନିଟି ଯାକ ମାମଲାରେ ସୁରକ୍ଷା ପ୍ରଦାନ କରିବ। ଏକ କଥିତ ଅଡିଓ ରେକର୍ଡିଂ ଅନଲାଇନରେ ପ୍ରକାଶ ପାଇବା ପରେ ନଭେମ୍ବର ୨୦୨୫ରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନିକଟରେ ଜଣେ ମହିଳା ଅଭିଯୋଗ କରିଥିଲେ। ଏହି ଘଟଣା ପରେ ମାମକୁଟାଥିଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ବିଜୟନ ଏହି ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩୬ ବର୍ଷୀୟ ପଲକ୍କଡ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଏବଂ ବଳପୂର୍ବକ ଗର୍ଭ ନଷ୍ଟ କରିବା ପରି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣା ପରେ କଂଗ୍ରେସ ପାର୍ଟି ନିଜ ଦଳରୁ ମାମକୁଟାଥିଲଙ୍କୁ ବହିଷ୍କାର କରିଥିଲା।
ସୌଜନ୍ୟ ସମ୍ବାଦ




