Breaking News

ବାରବାଟୀ ଦିନିକିଆ ଆଉ ୨ ଦିନ: ଆଜି ପହଞ୍ଚିବେ ଖେଳାଳି

ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିବେ। ଉଭୟ ଦଳର ଖେଳାଳି ଗୁରୁବାର ପ୍ରଥମ ମ୍ୟାଚ୍ ଖେଳି ସାରି ପରଦିନ ନାଗପୁରରୁ ଏଠାକୁ ଆସିବେ।

ଭୁବନେଶ୍ବର: ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିବେ। ଉଭୟ ଦଳର ଖେଳାଳି ଗୁରୁବାର ପ୍ରଥମ ମ୍ୟାଚ୍ ଖେଳି ସାରି ପରଦିନ ନାଗପୁରରୁ ଏଠାକୁ ଆସିବେ। ସ୍ବତନ୍ତ୍ର ବିମାନ ରାତି ୭.୪୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ‌ସେମାନଙ୍କୁ ଦଳୀୟ ହୋଟେଲକୁ ନିଆଯିବ। ଏଥିଲାଗି ଆଜି କମିସନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି। ମକ୍ ଡ୍ରିଲ୍ ସହ କାର୍‌ ‌କେଡ୍‌ରେ ଦୁଇ ଦଳର ବସ୍‌କୁ ନିଆଯିବାର ରିହରସାଲ୍ କରାଯାଇଛି।

ସୂଚନା ଅନୁସାରେ ଖେଳାଳିମାନଙ୍କୁ କମିସନରେଟ୍ ପୁଲିସ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବ। ଶନିବାରଠାରୁ ସୋମବାର ଖେଳାଳିମାନେ ବାହୁଡ଼ିବା ପର୍ଯ୍ୟନ୍ତ ହୋଟେଲ ବାହାରେ କଡ଼ା ପହରା ବ୍ୟବସ୍ଥା କରାଯିବ। ସେହିଭଳି ଶୁକ୍ରବାର ଖେଳାଳିମା‌ନେ ବିଶ୍ରାମ ନେବା ପରେ ଶନିବାର କଟକ ଯାଇ ବାରବାଟୀରେ ଅଭ୍ୟାସ କରିବେ। ଇଂଲଣ୍ଡ ଖେଳାଳିମାନେ ଅପରାହ୍‌ଣ ୧ରୁ ୪ ଏବଂ ଭାରତୀୟ ଦଳ ୪ରୁ ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ଦଳୀୟ ହୋଟେଲକୁ ଫେରିବେ। ରବିବାର କଟକ ଯାଇ ମ୍ୟାଚ୍ ଖେଳିବେ। ସେହିଦିନ ଭୁବନେଶ୍ବରରେ ରହି ପରଦିନ ତୃତୀୟ ତଥା ଶେଷ ମ୍ୟାଚ୍ ଖେଳିବା ଲାଗି ଗୁଜରାଟର ଅହମଦାବାଦ ଯାତ୍ରା କରିବେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.