Breaking News

ଏହି ଦିନରୁ ବଦଳିବ ୩ ରାଶିଙ୍କ ଭାଗ୍ୟ, ମିଳିବ ସଫଳତା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ରାଜା ସୂର୍ଯ୍ୟ ଓ ଗ୍ରହଙ୍କ ରାଜକୁମାର ବୁଧ ଗୋଟିଏ ରାଶିରେ ବିରାଜମାନ ଅଛନ୍ତି ।  ଯେଉଁଥିପାଇଁ ୧୨ ରାଶିରେ ଅଲଗା ଅଲଗା ପ୍ରଭାବ ପଡ଼ିବ । ସୂର୍ଯ୍ୟ ଓ ବୁଧ ଦୁଇଟି ଗ୍ରହ ମକର ରାଶିରେ ବିରାଜମାନ ଅଛନ୍ତି । ୧୧ ଫେବୃଆରୀ ସକାଳ ୧୨ ଟା ୫୮ ମିନିଟରେ କୁମ୍ଭ ରାଶିକୁ ବୁଧ ଗୋଚର କରିବେ । ଆଉ ଏହାର ପରଦିନ ଅର୍ଥାତ ୧୨ ଫେବୃଆରୀ ବିଳମ୍ବିତ ରାତିରେ ୧୦ ଟା ୩ ମିନିଟରେ କୁମ୍ଭ ରାଶିରେ ସୂର୍ଯ୍ୟ ଗୋଚର କରିବେ ।  ଏହାପରେ ଦୁଇଟି ଯାକ ଗ୍ରହର ସଂଯୋଗ କୁମ୍ଭ ରାଶିରେ ହେବ ।  ତେବେ ଆସନ୍ତୁ ଜାଣିବା ୧୩ ଫେବୃଆରୀ ପୂର୍ବରୁ କେଉଁ ରାଶିଙ୍କ ଭାଗ୍ୟ ବଦଳିବ ।

ମେଷ ରାଶି: ମେଷ ରାଶି ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ-ବୁଧଙ୍କ ସଂଯୋଗ ଲାଭକାରୀ ହେବ । ୧୩ ଫେବୃଆରୀ ପୂର୍ବରୁ ଜୀବନରେ ପରିବର୍ତ୍ତନ ଆସିପାରେ । ଯାହା ସକରାତ୍ମକ ପ୍ରଭାବ ସହିତ ରହିବ । ଧାର୍ମିକ କାର୍ଯ୍ୟରେ  ରୁଚି ରଖିବେ, ଯାହାଦ୍ବାରା ସମାଜରେ ଭଲ ପରିଚୟ ମିଳିବା ସହ ଲୋକଙ୍କ ମଧ୍ୟ ମା-ସମ୍ମାନ ବଢିବ । ବଚନ ଉପରେ କାବୁ କରିବା ଆପଣଙ୍କ ପାଇଁ ଲାଭକାରୀ ହେବ ।  ସମ୍ପର୍କରେ ସୁଧାର ଆସିବ । ଜୀବନସାଥୀଙ୍କ ସହ ସଂଯୋଗ ପ୍ରାପ୍ତ ହେବ । କ୍ୟାରିଅର, ଚାକିରି, ବ୍ୟବସାୟ ଆଦିରେ ସଫଳତା ହାସଲ କରିବପାରନ୍ତି । କେବଳ ନିଜ ଉପରେ ବିଶ୍ବାସ କମ କରିବାକୁ ଦିଅନ୍ତୁ ନାହିଁ ।

କନ୍ୟା ରାଶି:  ବୁଧ ଓ ସୂର୍ଯ୍ୟଙ୍କ ସଂଯୋଗରେ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଲାଭକାରୀ ହେବ । କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ବ ନେଇପାରନ୍ତି। ଆପଣଙ୍କ ବିଚାରରେ  ପରିବର୍ତ୍ତନ ହେବ। ସମ୍ପର୍କରେ ସୁଧାର ଆସିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୈବାହକ ଜୀବନ ଭଲ ରହିବ । ସକରାତ୍ମକ ପ୍ରଭାବ ଯୋଗୁଁ ଜୀବନରେ ପରିବର୍ତ୍ତନ ଆସିବ ।

ମକର ରାଶି: ସେହିପରି ମକର ରାଶିର ବ୍ୟକ୍ତିଙ୍କ ପାଇଁ ବୁଧ-ସୂର୍ଯ୍ୟଙ୍କ ସଂଯୋଗ ଉତ୍ତମ ରହିବ । ସମ୍ପର୍କୀୟଙ୍କ ସହ ଦେଖା ହୋଇପାରେ । ସାମାଜିକ କାର୍ଯ୍ୟରେ ଆପଣଙ୍କ ଇଚ୍ଛା ବଢିବ । ସମ୍ପର୍କ ପୂର୍ବ ଅପେକ୍ଷା ଭଲ ରହିବ । ନିଜ ପାର୍ଟନରଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବାହାରକୁ କୁଆଡ଼େ ବୁଲିବାକୁ ଯିବା ପାଇଁ  ଯୋଜନା କରିପାରନ୍ତି । ସନ୍ତାନ ସୁଖ ପ୍ରାପ୍ତ ହେବ । ମନ ଉତ୍ସାହରେ ଭରପୁର ରହିବ ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.