ଓଡିଶା
ଅଶୁଭ ଶୁକ୍ରବାର, ଭାରସାମ୍ୟ ହରାଇ କେନାଲ ଭିତରକୁ ମାଡିଗଲା ଟ୍ରାକ୍ଟର

କରଞ୍ଜିଆ ୧୩/୦୨: ଅଶୁଭ ଶୁକ୍ରବାର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ । ୩ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହେଉଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମୁର୍ଗାସାହି ନିକଟରେ ।
ସୂଚନା ଥାଉକି, ଭାରସାମ୍ୟ ହରାଇ କେନାଲ ଟ୍ରାକ୍ଟରଟି କେନାଲ ଭିତରକୁ ପଶିଯାଇଥିଲା । ଫଳରେ ଟ୍ରାକ୍ଟରରେ ବସିଥିବା ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ତେବେ କରଞ୍ଜିଆ ବ୍ଲକ ଖଡ଼ିକୁଦର ଗାଁରେ ଚାଲିଥିବା ବାର୍ଷିକ କ୍ରୀଡା ଦେଖି ଘରକୁ ଫେରୁଥିଲେ ସବୁ ।
ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ନାବାଳକ ରହିଥିବା ବେଳେ ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ମୃତ । ତେବେ ଖବର ପାଇ ଅଗ୍ନିଶମ ଓ ଆମ୍ବୁଲାନ୍ସ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲକୁ ଅଣାଯାଇଛି ଓ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।
ସୌଜନ୍ୟ Prameya News7




