Breaking News

ସଂପତ୍ତି ପାଇଁ ୭୦ ଥର ଛୁରୀରେ ଆଘାତ କରି ଜେଜେଙ୍କୁ ମାରିଲା ନାତି

ସୋମବାର ଦିନ ହାଇଦ୍ରାବାଦ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପତ୍ତି ପାଇଁ ନିଜ ଜେଜେବାପାଙ୍କୁ ୭୦ ଥର ଛୁରୀ ଭୁସି ଆଘାତ କରି ଜଣେ ନାତି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହାଇଦ୍ରାବାଦ୍‌: ସୋମବାର ଦିନ ହାଇଦ୍ରାବାଦ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପତ୍ତି ପାଇଁ ନିଜ ଜେଜେବାପାଙ୍କୁ ୭୦ ଥର ଛୁରୀ ଭୁସି ଆଘାତ କରି ଜଣେ ନାତି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ କହିଛି ଯେ ହାଇଦ୍ରାବାଦର ୮୬ ବର୍ଷୀୟ ଶିଳ୍ପପତି ଭେଲାମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି ସମ୍ପତ୍ତି ବଣ୍ଟନକୁ ନେଇ ତାଙ୍କ ବାସଭବନରେ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ରହିଛି।

ପ୍ରଥମେ ସଂପତ୍ତି ଭାଗବଣ୍ଟାକୁ ନେଇ ଜେଜେ ଓ ନାତିଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଘଟଣାଟି ଧୀରେ ଧୀରେ ଉଗ୍ର ରୂପ ନେଇଥିଲା। ଜେଜେଙ୍କ ସଂପତି ବାଣ୍ଟରେ ଅସନ୍ତୁଷ୍ଟ ଥିବା ୨୯ ବର୍ଷୀୟ ନାତି କିଲାରୁ କିର୍ତ୍ତୀ ଜେତା ଶେଷରେ ହତ୍ୟା ପରି ଚରମ ପଦକ୍ଷେପ ଆପଣେଇଥିଲା।

ଝଗଡ଼ା ସମୟରେ ତେଜାଙ୍କ ମାଆ ସରୋଜିନୀ ଦେବୀ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କାହା କଥା ବି ମାନିନଥିଲା। ଫଳରେ ସରୋଜିନୀ ଦେବୀ ମଧ୍ୟ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଥିବା ବେଳେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ତେଜା ଆମେରିକାରେ ମାଷ୍ଟର ଡିଗ୍ରୀ ସମାପ୍ତ କରିବା ପରେ ନିକଟରେ ହାଇଦ୍ରାବାଦ ଫେରିଥିଲେ। ବିବାଦ ଏବଂ ଆକ୍ରମଣ ସମୟରେ ତାଙ୍କ ମାଆଙ୍କ ସହିତ ‌ସେ ରାଓଙ୍କ ବାସଭବନକୁ ଯାଇଥିଲେ। ହତ୍ୟା ଅଭିଯୋଗରେ ଏବେ ତେଜାଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.