ଦେଶ ବିଦେଶରାଜନୀତି

Trade: କପାଚାଷୀ ଓ ବୟନ ଶିଳ୍ପ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ସମାଲୋଚନା

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଯୋଗୁ ଦେଶର କପା ଚାଷୀ ଓ ବୟନ ଶିଳ୍ପ କ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହେବ।

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଯୋଗୁ ଦେଶର କପା ଚାଷୀ ଓ ବୟନ ଶିଳ୍ପ କ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହେବ। କେନ୍ଦ୍ର ସରକାର ବାଣିଜ୍ୟ ଚୁକ୍ତିନାମାର ଏହି ଦିଗଗୁଡ଼ିକୁ ଲୁଚାଇ ରଖିଛନ୍ତି ବୋଲି ମଧ୍ୟ ରାହୁଲ ଅଭିଯୋଗ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମୁମ୍ବାଇଠାରେ ଗୋୟଲ କହିଛନ୍ତି, ରାହୁଲଙ୍କଠାରେ ପରିପକ୍ବତା କିମ୍ବା ଅର୍ଥନୀତି ସମ୍ପର୍କିତ ଜ୍ଞାନ ନାହିଁ। ସେ ସାମାଜିକ ଗଣମାଧ୍ୟମରେ କେବଳ ମିଥ୍ୟା ଓ ଭ୍ରମ ସୃଷ୍ଟିକାରୀ ତଥ୍ୟ ପ୍ରଦାନ କରୁଛନ୍ତି। ସେ ବାସ୍ତବତାଠାରୁ ହଜାରେ ମାଇଲ ଦୂରରେ ଅଛନ୍ତି। ଏହି ଚୁକ୍ତି ଦ୍ବାରା ଉଭୟ କପାଚାଷ କ୍ଷମତା ଓ ଆବଶ୍ୟକତା ବୃଦ୍ଧି ପାଇବ ବୋଲି ଗୋୟଲ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାହୁଲ ଗାନ୍ଧୀ ଏକ ଭିଡିଓ ଜାରି କରି କହିଥିଲେ ଯେ, ୧୮% ବନାମ ଶୂନ୍‌ ପ୍ରତିଶତ ଶୁଳ୍କ। ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍ ଏହି ପ୍ରସଙ୍ଗରେ ଦେଶରେ ଭ୍ରମ ସୃଷ୍ଟି କରୁଛନ୍ତି। ବାଂଲାଦେଶକୁ ଆମେରିକା ପୋଷାକ ରପ୍ତାନି ଉପରେ ଶୂନ୍ୟ ପ୍ରତିଶତ ଶୁଳ୍କର ସୁବିଧା ଦେଉଛି। ଏଥିପାଇଁ ସେମାନଙ୍କୁ ଆମେରିକୀୟ କପା ଆମଦାନୀ କରିବାକୁ ପଡ଼ିବ। ଭାରତୀୟ ପୋଷାକ ଉପରେ ୧୮ ପ୍ରତିଶତ ଶୁଳ୍କର ଘୋଷଣା ପରେ, ଯେତେବେଳେ ମୁଁ ସଂସଦରେ ବାଂଲାଦେଶକୁ ଦିଆଯାଉଥିବା ସ୍ୱତନ୍ତ୍ର ରିହାତି ଉପରେ ପ୍ରଶ୍ନ ଉଠାଇଥିଲି, ସେତେବେଳେ ମୋଦୀ ସରକାରଙ୍କ ଜଣେ ମନ୍ତ୍ରୀ ଉତ୍ତର ଦେଇଥିଲେ ଯେ ଯଦି ଆମେ ମଧ୍ୟ ଏହି ଲାଭ ଚାହୁଁ, ତେବେ ଆମକୁ ଆମେରିକାରୁ କପା ଆମଦାନୀ କରିବାକୁ ପଡିବ।

ସେ ପ୍ରଶ୍ନ କରିଥିଲେ ଯେ, ଏହାକୁ ଦେଶବାସୀଙ୍କଠାରୁ କାହିଁକି ଲୁଚାଇ ରଖାଯାଇଛି। ଯଦି ଆମେ ଆମେରିକା କପା ଆମଦାନୀ କରୁ, ତେବେ ଆମ ଚାଷୀମାନେ କ୍ଷତିଗ୍ରସ୍ତ ହେବେ। ଯଦି ଆମେ ଏପରି ନ କରୁ ତେବେ ଆମର ବୟନ ଶିଳ୍ପ ପଛରେ ପଡ଼ିଯିବ। ବାଂଲାଦେଶ ମଧ୍ୟ ଭାରତରୁ କପା ଆମଦାନୀ ହ୍ରାସ କିମ୍ବା ବନ୍ଦ କରିପାରେ। ରାହୁଲ ଗାନ୍ଧୀ ଉଲ୍ଲେଖ କରିଛନ୍ତି ଯେ, ଭାରତର ବୟନ ଶିଳ୍ପ ଏବଂ କପା ଚାଷ ଉପରେ ଲକ୍ଷ ଲକ୍ଷ ଲୋକ ଜୀବିକା ପାଇଁ ନିର୍ଭର କରନ୍ତି। ଏହି କ୍ଷେତ୍ରଗୁଡ଼ିକୁ କ୍ଷତି ଅର୍ଥ ଲକ୍ଷ ଲକ୍ଷ ପରିବାରକୁ ବେକାରୀ ଏବଂ ଆର୍ଥିକ ଦୁର୍ଦ୍ଦଶା ଭିତରକୁ ଠେଲି ଦେବା ଭଳି ହେବ। ଯେକୌଣସି ଦୂରଦୃଷ୍ଟିସମ୍ପନ୍ନ ଏବଂ ରାଷ୍ଟ୍ରହିତ ପାଇଁ ଚିନ୍ତା କରୁଥିବା ସରକାର ଉଭୟ କ୍ଷେତ୍ରର ଲାଭ ଦେଖିଥାନ୍ତେ। ଏହା କିପରି ନୀତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button