ଦେଶ ବିଦେଶ

Prime Minister’s Roadmap: ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ମ୍ୟାପ୍‌: ବିଶ୍ବାସ ଆଧାରିତ ଶାସନକୁ ପ୍ରାଥମିକତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ବର୍ତ୍ତମାନ ପ୍ରଖର ଆତ୍ମବିଶ୍ୱାସର ଯୁଗରେ ପ୍ରବେଶ କରିଛି। ସେ କେନ୍ଦ୍ରୀୟ ବଜେଟ୍‌ ୨୦୨୬-୨୭କୁ କୌଣସି ବାଧ୍ୟବାଧକତା ନୁହେଁ....

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ବର୍ତ୍ତମାନ ପ୍ରଖର ଆତ୍ମବିଶ୍ୱାସର ଯୁଗରେ ପ୍ରବେଶ କରିଛି। ସେ କେନ୍ଦ୍ରୀୟ ବଜେଟ୍‌ ୨୦୨୬-୨୭କୁ କୌଣସି ବାଧ୍ୟବାଧକତା ନୁହେଁ, ବରଂ ବିକଶିତ ଭାରତ ପାଇଁ ଆମ ପ୍ରସ୍ତୁତିର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ପିଟିଆଇକୁ ଦେଇଥିବା ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଆଗାମୀ ଦଶନ୍ଧି ପାଇଁ ତିନୋଟି ମୁଖ୍ୟ ପ୍ରାଥମିକତା ଉପରେ ଆଲୋକପାତ କରିଛନ୍ତି, ତାହା ହେଲା ସଂରଚନାତ୍ମକ ସଂସ୍କାର, ଗଭୀର ନବସୃଜନ ଓ ସରଳ ଶାସନ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏହା ଏକ ସ୍ପଷ୍ଟ ରୋଡ୍‌ମ୍ୟାପ୍ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ୨୦୪୭ର ଲକ୍ଷ୍ୟ ହାସଲ କରିବାରେ ମହିଳାମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ମହିଳାଙ୍କ କଲ୍ୟାଣ ଦ୍ୱାରା ପରିଚାଳିତ ଏବଂ ନୂତନ ବଜେଟ୍‌ରେ ନାରୀ ଶକ୍ତିର ସଶକ୍ତ ଉପସ୍ଥିତି ପ୍ରତିଫଳିତ ହେଉଛି। ଶିକ୍ଷାଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ କେନ୍ଦ୍ରବିନ୍ଦୁରେ ରଖାଯାଇଛି। ଶ୍ରମ ଓ ଶିଳ୍ପ କ୍ଷେତ୍ରରେ ରହିଥିବା ଅଭାବକୁ ଦୂର କରି ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button