Breaking News

୩୧ ବର୍ଷର ଅଚଳ ଯାନର ପ୍ରତି ମାସରେ ହେଉଛି ତେଲ ବିଲ୍

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ଥିବା ସହକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଥିବା ସରକାରୀ ଯାନ ୧୧ ବର୍ଷରୁ ଉର୍ଦ୍ଧ ହେବ ଅଚଳ ହୋଇ ପଡ଼ିରହିଛି। କିନ୍ତୁ ଉକ୍ତ ଗାଡ଼ିରେ ହିଁ ତେଲ ଖର୍ଚ୍ଚ ବାବଦକୁ ବିଲ୍ ଉଠୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉପଖଣ୍ଡରେ ଥିବା ଉଦ୍ୟାନ କୃଷି କାର୍ଯ୍ୟାଳୟରେ....

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ଥିବା ସହକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଥିବା ସରକାରୀ ଯାନ ୧୧ ବର୍ଷରୁ ଉର୍ଦ୍ଧ ହେବ ଅଚଳ ହୋଇ ପଡ଼ିରହିଛି। କିନ୍ତୁ ଉକ୍ତ ଗାଡ଼ିରେ ହିଁ ତେଲ ଖର୍ଚ୍ଚ ବାବଦକୁ ବିଲ୍ ଉଠୁଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଉପଖଣ୍ଡରେ ଥିବା ଉଦ୍ୟାନ କୃଷି କାର୍ଯ୍ୟାଳୟର ସରକାରୀ ଗାଡ଼ିଟି ୧୯୯୬ ମସିହାରେ କିଣା ହୋଇ ଓଆର- ୦୨ଏଫ-୧୦୦୨ ନମ୍ବର ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡ଼ିରହିଛି।

ଗାଡ଼ିର ଅବସ୍ଥା ଏପରି ଯେ, ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ପଡ଼ି ରହୁଛି ଅଫିସ୍ ସମ୍ମୁଖରେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଗାଡ଼ିଟି ଅଚଳ ଅବସ୍ଥାରେ ଥିଲେ ମଧ୍ୟ ପ୍ରତ୍ୟେକ ମାସ ହଜାର ହଜାର ଟଙ୍କାର ତେଲ ବିଲ୍ କରାଯାଉଛି ପେଟ୍ରୋଲ ପମ୍ପରୁ। ଗାଡ଼ିଟି ସମ୍ପୁର୍ଣ୍ଣ କଳଙ୍କି ଖାଇ ପଡ଼ି ରହିଛି। ଏହାକୁ ପେଲିଲେ ବି ଆଗକୁ ଗଡୁନି।

ଗାଡିର ଫିଟନେସ ପ୍ରାୟ ୧୧ ବର୍ଷ ହେଲା ସରିଯାଇଛି। ସେହି ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଅନ୍ୟ ଏକ ନୂଆ ବୋଲେରୋ ଚାରି ଚକିଆ ଯାନ ଗାଡି ନମ୍ୱର୍ ଓଡ଼ି- ୨୨ ଏସ -୯୨୨୩ ଛିଡା ହୋଇରହିଛି। ଏ ବାବଦରେ ଅଫିସରେ ବୁଝିବାରୁ ଉଦ୍ୟାନ କୃଷି କାର୍ଯ୍ୟାଳୟର କିରାଣୀ ପ୍ରଭଞ୍ଜନ ସାହୁଙ୍କ ଗାଡ଼ି ବୋଲି ଜଣା ପଡିଥିଲା।

ଏହି ଗାଡ଼ିଟି ଅଫିସ୍ ସମ୍ମୁଖରେ ରହୁଛି ଓ ଏହି ନୂଆ ବୋଲେରୋ ଗାଡ଼ିରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମଲ୍ଲିକ ଯିବା ଆସିବା କରୁଥିବା ଜଣା ପଡ଼ିଛି । ଅଚଳ ଗାଡ଼ିର ମାଲିକ ପ୍ରଭଞ୍ଜନ ସାହୁ ଉଦ୍ୟାନ କୃଷି କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେ ତାଙ୍କର ବୋଲେରୋ ଗାଡ଼ି ଭଡ଼ାରେ ଅଫିସ୍‌କୁ  ଦେଇ, ଅଚଳ ଅବସ୍ଥାରେ ପଡ଼ି ରହିଥିବା ଅଫିସ୍ ଗାଡ଼ି ନାଁରେ ବିଲ୍ ଉଠାଉଛନ୍ତି ବୋଲି ସୂଚନା ମିଳିଛି।

ଏ ବାବଦରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମଲ୍ଲିକକୁ ପଚାରିବାରୁ ସେ କହିଥିଲେ ସରକାର ଗାଡ଼ି ଚଳାଇବା ପାଇଁ ଆମକୁ ମାସକୁ ୧୮ ଶହ ଟଙ୍କା ଦେଉଛନ୍ତି । ସେତିକିରେ ଯାହା ହେଉଛି ଆମେ କରୁଛୁ ଏବଂ ୨୦୨୫ ମସିହା ଜାନୁୟାରି ମାସ ଯାଏ ଗାଡିର ଫିଟନେସ ରହିଛି। ଏପେଟ ଉକ୍ତ ଯାନ ନାମରେ ତେଲ ରସିଦ ପାସ ହୋଇ ଅର୍ଥ ପୈଠ ହୋଇଥିବା ବେଳେ ଯାନକୁ ଅକାମୀ ପାଇଁ ପରିବହନ ବିଭାଗରେ ଅର୍ଥ ଜମା କରି ଲୋକ ଲୋଚନରୁ ହଟାଇବାକୁ  ମସୁଧା ଚାଲିଛି ।

ତେଣୁ କିଭଳି ୩୧ ବର୍ଷ ଧରି ଅଚଳ ଗାଡ଼ି ଚାଲୁଥିବା ନେଇ ବିଭାଗ ଚୁପ୍ ରହିଛି। ଏହାର ପ୍ରକୃତ ରହସ୍ୟ ପର୍ଦ୍ଦାଫାସ କରି ଦୁର୍ନୀତି ବିଭାଗ ଦ୍ଵାରା ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡ଼ିବ।

ତେବେ ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ବାସଭବନଠାରୁ ମାତ୍ର ଅଳ୍ପ ଦୂରରେ ଏପରି ଉଦାହରଣ ଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଉପଖଣ୍ଡରେ ଚାଷୀଙ୍କ ଉନ୍ନତି କେମିତି ହେବ ତାହା ନେଇ ପ୍ରଶ୍ନ ଉଠୁଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.