Breaking News

ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଆତଙ୍କବାଦୀ ଧମକ, ଜଣେ ଗିରଫ

ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ କରାଯିବ ବୋଲି ମୁମ୍ବାଇ ପୁଲିସକୁ ଏକ ଫୋନ୍ ଆସିଥିଲା। ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ମିଳିଥିବା ଏହି ଧମକପୂର୍ଣ୍ଣ ଫୋନରେ ଦାବି କରାଯାଇଥିଲା ଯେ ଆତଙ୍କବାଦୀମାନେ...

ମୁମ୍ବାଇ: ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ କରାଯିବ ବୋଲି ମୁମ୍ବାଇ ପୁଲିସକୁ ଏକ ଫୋନ୍ ଆସିଥିଲା। ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ମିଳିଥିବା ଏହି ଧମକପୂର୍ଣ୍ଣ ଫୋନରେ ଦାବି କରାଯାଇଥିଲା ଯେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆକ୍ରମଣ କରିପାରନ୍ତି। ଏହି ଧମକକୁ ଦୃଷ୍ଟିରେ ରଖି ପୁଲିସ ତୁରନ୍ତ ସଂପୃକ୍ତ ସୁରକ୍ଷା ଏଜେନ୍ସିକୁ ଜଣାଇବା ସହ  ସ୍ଥିତି ଅନୁଧ୍ୟାନ ପାଇଁ ତଦନ୍ତ ଆରମ୍ଭ କରିଥିଲା।

ଫେବ୍ରୁଆରି ୧୧ ତାରିଖରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ ଆସିଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଗସ୍ତରେ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ବିମାନ ଉପରେ ଆକ୍ରମଣ କରିପାରନ୍ତି। ସୂଚନାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଅନ୍ୟ ଏଜେନ୍ସିକୁ ସୂଚନା ଦେଇ ତଦନ୍ତ ଆରମ୍ଭ କରିଥିଲା। ଏହି ଧମକପୂର୍ଣ୍ଣ କଲ୍ ପଛରେ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି ଏବଂ ସନ୍ଦିଗ୍ଧ ଜଣକ ମାନସିକ ସ୍ତରରେ ଅସୁସ୍ଥ ଥିବା ଜାଣିବାକୁ ପାଇଛି ବୋଲି ମୁମ୍ବାଇ ପୁଲିସ କହିଛି। ପ୍ରଧାନମନ୍ତ୍ରୀ ମୋଦୀ ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି। ୪ ଦିନିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ  ଆମେରିକାରେ ପହଞ୍ଚିଛନ୍ତି।

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟମାନେ ଜୋର୍‌ଦାର୍‌ ସ୍ୱଗତ କରିଥିଲେ।  ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ସାକ୍ଷାତ୍‌ କରିବା ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀ ଏବଂ ପ୍ୟାରିସରେ ୧୪ଶ ଭାରତ-ଫ୍ରାନ୍ସ ସିଇଓ ଫୋରମ୍‌ର ସହ-ଅଧ୍ୟକ୍ଷତା କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସରେ ଏଆଇ ଆକ୍ସନ ଶିଖର ସମ୍ମିଳନୀ ଅବସରରେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.