Breaking News

କୃତ୍ରିମ ବୁଦ୍ଧିମତ୍ତା କମାଉଛି ମାନସିକ ଦକ୍ଷତା!

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କଳ୍ପନାତୀତ ଢଙ୍ଗରେ ଆମକୁ ପରିତ୍ୟକ୍ତ କରି ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବାରେ ଏଆଇ ଉପରେ ଆମର ମାତ୍ରାଧିକ ନିର୍ଭରଶୀଳତା ଯୋଗୁଁ ଆମ ଦକ୍ଷତା ହ୍ରାସ ପାଇ ମୂଲ୍ୟହୀନ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି।

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କଳ୍ପନାତୀତ ଢଙ୍ଗରେ ଆମକୁ ପରିତ୍ୟକ୍ତ କରି ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବାରେ ଏଆଇ ଉପରେ ଆମର ମାତ୍ରାଧିକ ନିର୍ଭରଶୀଳତା ଯୋଗୁଁ ଆମ ଦକ୍ଷତା ହ୍ରାସ ପାଇ ମୂଲ୍ୟହୀନ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। କାରଣ ନିଜର କାର୍ଯ୍ୟ ସମ୍ପାଦନ ପାଇଁ ଏଆଇ ଉପରେ ନିର୍ଭରଶୀଳତା ଯେତେ ବଢୁଛି ବ୍ୟବହାରକାରୀ ବ୍ୟକ୍ତିର ମାନସିକ ଦକ୍ଷତା ସେତେ ହ୍ରାସ ପାଉଛି ବୋଲି ମାଇକ୍ରୋସଫ୍‌ଟ ଓ କାର୍ଣ୍ଣେଗି ମୋଲୋନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି।

ଗବେଷକମାନେ ୩୧୯ ଜଣ କର୍ମଚାରୀଙ୍କୁ ଉକ୍ତ ଅନୁଧ୍ୟାନରେ ସାମିଲ କରିଥିଲେ ଯେଉଁମାନଙ୍କର କାମ ସହିତ ତଥ୍ୟ କିମ୍ବା ସୂଚନା ପରିଚାଳନା ଆଦି ଜଡ଼ିତ ଥିଲା। ସେମାନେ କାର୍ଯ୍ୟକ୍ଷେତ୍ରରେ କିପରି ଜେନେରେଟିଭ୍ ଏଆଇ ବ୍ୟବହାର କରନ୍ତି, ତାହାର ବିବରଣୀ ପ୍ରକାଶ କରିବାକୁ ସେମାନଙ୍କୁ କୁହାଯାଇଥିଲା। କାର୍ଯ୍ୟ କରିବାରେ ସେମାନେ ଏଆଇ କ୍ଷମତା ଉପରେ କେତେ ଭରସା ପ୍ରକଟ କରୁଥିଲେ, ସେହି ଫଳାଫଳର ମୂଲ୍ୟାଙ୍କନ କରିବାର କ୍ଷମତା ଏବଂ ଏଆଇ ସହାୟତା ବିନା ସମାନ କାର୍ଯ୍ୟ କରିବାରେ ନିଜର କ୍ଷମତା ଉପରେ କେତେ ଭରସା ରଖିଥିଲେ, ତାହା ମଧ୍ୟ ସେମାନେ ପ୍ରକାଶ କରିଥିଲେ। ସେଥିରୁ ଜଣାପଡ଼ିଥିଲା କି, ସେମାନେ କାର୍ଯ୍ୟ ସମ୍ପାଦନ ପାଇଁ ଯେତେ ଅଧିକ ଏଆଇ କ୍ଷମତା ଉପରେ ନିର୍ଭରଶୀଳ ଥିଲେ, ସେମାନେ ଉକ୍ତ କାମରେ ହସ୍ତକ୍ଷେପ କରିବାରୁ ସେତେ ଅଧିକ ନିଜକୁ କ୍ଷାନ୍ତ ରଖୁଥିଲେ। ସେଭଳି କର୍ମଚାରୀ ପରୀକ୍ଷା ବିନା ପ୍ରଯୁକ୍ତିବିଦ୍ୟା ଉପରେ ଅତ୍ୟଧିକ ନିର୍ଭରଶୀଳତା ଉପସ୍ଥାପନା କରିଥିଲା। ଏକ ସରଳ କାର୍ଯ୍ୟ ସମୟରେ କାମ ଉପରୁ ଧ୍ୟାନ ହଟିଯିବା ସାଧାରଣ କଥା ହୋଇଥିଲେ ହେଁ ଏଆଇ ଉପରେ ଦୀର୍ଘକାଳୀନ ନିର୍ଭରଶୀଳତା କର୍ମଚାରୀଙ୍କ ସମସ୍ୟା ସମାଧାନର ମୌଳିକ କ୍ଷମତାକୁ ହ୍ରାସ କରିଦେଇଥାଏ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ଅପରପକ୍ଷେ, କର୍ମଚାରୀମାନେ ଯେତେବେଳେ ଏଆଇର ଦକ୍ଷତା ଉପରେ କମ୍‌ ନିର୍ଭର କରନ୍ତି, ସେତେବେଳେ ସେମାନେ ନିଜର ମାନସିକ ଦକ୍ଷତାକୁ ନିରନ୍ତର ଭାବେ ଉପଯୋଗ କରିଥାନ୍ତି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.