ଓଡିଶାମହାନଗର

Dense fog in 7 districts: ୭ ଜିଲ୍ଲାରେ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ବିଶେଷ କରି ପାରାଦୀପ, ଜଗତସିଂହପୁର, କଟକ, ଅନୁଗୁଳ ଓ ଭୁବନେଶ୍ବରରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ବି କମ୍‌ ରହିଥିଲା।

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ବିଶେଷ କରି ପାରାଦୀପ, ଜଗତସିଂହପୁରକଟକଅନୁଗୁଳ ଓ ଭୁବନେଶ୍ବରରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ବି କମ୍‌ ରହିଥିଲା। ଭୁବନେଶ୍ବରରେ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ିର ଧଳା ଆସ୍ତରଣ ରହିଥିବା ବେଳେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା। ଆସନ୍ତାକାଲି ମଧ୍ୟ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ।

ଏଣୁ ଏହି ସବୁ ଅଞ୍ଚଳ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ବୃଦ୍ଧି ପାଇଛି। ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର କେତେକାଂଶରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ବୃଦ୍ଧି ପାଇଛି। ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୨ ଡିଗ୍ରି କମ୍‌ ରହିଛି। ଘୁ. ଉଦୟଗିରିର ସର୍ବନିମ୍ନ ପାରଦ ସ୍ତର ୭.୮ ଡିଗ୍ରି ରହିଛି। ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାପରେ ରାଜ୍ୟର ରାତି ପାରଦ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button