Breaking News

ହୋଟେଲରେ ମହିଳାଙ୍କୁ ଗଣଦୁଷ୍କର୍ମ, ୩ ଗିରଫ

ବେଙ୍ଗାଲୁରୁ କୋରମଙ୍ଗଳାର ଏକ ହୋଟେଲରେ ଜଣେ ୩୩ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ମଧ୍ୟରାତ୍ରୀରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ବେଙ୍ଗାଲୁରୁ: ବେଙ୍ଗାଲୁରୁ କୋରମଙ୍ଗଳାର ଏକ ହୋଟେଲରେ ଜଣେ ୩୩ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ମଧ୍ୟରାତ୍ରୀରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।  ମହିଳା ଜଣକ କ୍ୟାଟରିଂ ସେବାରେ କାମ କରନ୍ତି ବୋଲି ପୁଲିସ କହିଛି।  ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଜ୍ୟୋତି ନିବାସ କଲେଜ ଛକରେ ଅପେକ୍ଷା କରିଥିବା ବେଳେ ୪ ଜଣ ଯୁବକ ତାଙ୍କ ପାଖକୁ ଆସି କଥାବାର୍ତ୍ତା ଆରମ୍ଭ କରିଥିଲେ। ସେମାନେ ତାଙ୍କ ସହ ବନ୍ଧୁତା କରିବା ପରେ ସେମାନେ ତାଙ୍କୁ ଏକ ହୋଟେଲରେ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ।ରାତ୍ରୀ ଭୋଜନ ପରେ ସେମାନେ ତାଙ୍କୁ ଯୌନ ନିର୍ଯାତନା ଦେବା ସହ  ଘରୋଇ ହୋଟେଲର ଛାତ ଉପରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେମାନେ ଘଟଣା କାହାକୁ ନ କହିବାକୁ ଧମକ ଦେବା ସହ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ମହିଳାଙ୍କୁ ଛାଡ଼ି ଦେଇଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଘରେ ପହଞ୍ଚିବା ପରେ ପୀଡ଼ିତା ତାଙ୍କ ସ୍ୱାମୀଙ୍କୁ ଘଟଣା ବିଷୟରେ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ସମସ୍ତ ସନ୍ଦିଗ୍ଧ ଅନ୍ୟ ରାଜ୍ୟର ଏବଂ ସେମାନେ ହୋଟେଲ କର୍ମଚାରୀ ବୋଲି ଜଣାପଡ଼ିଛି। ଅଭିଯୋଗ ଭିତ୍ତିରେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୦ (ଗଣଦୁଷ୍କର୍ମ) ଅନୁଯାୟୀ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଚତୁର୍ଥ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରାଯାଇଛି ଏବଂ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ ଯୁଗ୍ମ କମିସନର (ପୂର୍ବ) ରମେଶ ବାନୋଥ କହିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.