Breaking News

୧୦ବର୍ଷ ହେଲା ହୋଇପାରୁନି ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ମହାଶିବରାତ୍ରି ଶେଷ ହୋଇଥିଲା ବେଳେ ଏଥର ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ନୀତି ହେବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ ମହାଶିବରାତ୍ରୀ ଓ ଅମାବାସ୍ୟା ତିଥି ପରେ ପଡ଼ୁଥିବା ପ୍ରଥମ ଶନିବାରରେ ପାରମ୍ପରିକ ହାଣ୍ଡିଭଙ୍ଗା ଯାତ୍ରା ଆୟୋଜିତ ହୋଇଥାଏ।

ଭୁବନେଶ୍ବର: ମହାଶିବରାତ୍ରି ଶେଷ ହୋଇଥିଲା ବେଳେ ଏଥର ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ନୀତି ହେବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ ମହାଶିବରାତ୍ରୀ ଓ ଅମାବାସ୍ୟା ତିଥି ପରେ ପଡ଼ୁଥିବା ପ୍ରଥମ ଶନିବାରରେ ପାରମ୍ପରିକ ହାଣ୍ଡିଭଙ୍ଗା ଯାତ୍ରା ଆୟୋଜିତ ହୋଇଥାଏ। କିନ୍ତୁ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ହେବାରୁ ଗତ ୧୦ ବର୍ଷ କାଳ ଏହି ନୀତି ବନ୍ଦ ହୋଇଯାଇଛି। ତେବେ ଚଳିତ ବର୍ଷ ମଧ୍ୟ ଏହି ନୀତି ହେବା ନେଇ ଅନିଶ୍ଚିତତା ଲାଗି ରହିଛି।

ଯାହା ଫଳରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପରମ୍ପରା ପୁଣି ଭାଙ୍ଗିବା ଆଶଙ୍କା ଦେଖା ଦେଇଛି। ତେବେ ପରମ୍ପରା ବଜାୟ ରଖିବାକୁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ ଏ ସଂକ୍ରାନ୍ତରେ ଆଇନମନ୍ତ୍ରୀଙ୍କୁ ଅନ୍‌ଲାଇନ୍‌ ଓ ଫୋନ୍‌ ଯୋଗେ ଅବଗତ କରାଇଛନ୍ତି। ପରମ୍ପରା ରକ୍ଷା କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ପୂର୍ବ ସରକାର ଏହାକୁ କାର୍ଯ୍ୟକାରୀ କରିପାରି ନଥିଲା ବୋଲି ଶ୍ରୀ ନାୟକ ଜଣାଇଛନ୍ତି। ସୂଚନା‌ଯୋଗ୍ୟ, ଆବହମାନ କାଳରୁ ଏହି ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏହି ତିଥିରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ପ୍ରଥମେ କପିଳେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି ଓ ପରେ ଐଶାନେଶ୍ୱର ମନ୍ଦିରକୁ ବିଜେ କରିଥାନ୍ତି। କିନ୍ତୁ ସେବାୟତ ବିବାଦ ପାଇଁ ଯାତ୍ରା ନୀତି ବନ୍ଦ ହୋଇଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.