Breaking News

ଗଜାସୁର କଥା

ପାର୍ବତୀପୁତ୍ର ଗଜବଦନ ଗଣେଶଙ୍କ କଥା ଆମ ପୁରାଣରେ ଯେତେ ଅଛି, ଗଜାସୁରର କଥା ସେତେ ନାର୍ହି। କିନ୍ତୁ ଶିବ ଗଜାସୁର-ମର୍ଦ୍ଦନ, ଗଜାନ୍ତକ ବା ଗଜାହ। କାରଣ ଦୁରାଚାରୀ ଗଜାସୁରକୁ ସେ ନିହତ କରିଥିଲେ। ଏହି ଅସୁର ପୂର୍ବଜନ୍ମରେ ଥିଲା ମହେଶ ନାମକ ଜଣେ ରାଜା।

ପାର୍ବତୀପୁତ୍ର ଗଜବଦନ ଗଣେଶଙ୍କ କଥା ଆମ ପୁରାଣରେ ଯେତେ ଅଛି, ଗଜାସୁରର କଥା ସେତେ ନାର୍ହି। କିନ୍ତୁ ଶିବ ଗଜାସୁର-ମର୍ଦ୍ଦନ, ଗଜାନ୍ତକ ବା ଗଜାହ। କାରଣ ଦୁରାଚାରୀ ଗଜାସୁରକୁ ସେ ନିହତ କରିଥିଲେ। ଏହି ଅସୁର ପୂର୍ବଜନ୍ମରେ ଥିଲା ମହେଶ ନାମକ ଜଣେ ରାଜା। ଦେବର୍ଷି ନାରଦଙ୍କ ଅଭିଶାପରୁ ସେ ମର୍ତ୍ତ୍ୟରେ ଗଜରୂପେ ଜନ୍ମ ନେଇ ଦେବଲୋକରେ ବହୁ ଉପଦ୍ରବ କଲା। ଏପରିକି ଶିବଙ୍କର ପ୍ରିୟ ପୀଠ ବାରାଣସୀକୁ ଆସି ଶିବଭକ୍ତମାନଙ୍କ ଉପରେ ବହୁ ଅତ୍ୟାଚାର କଲା। ତାହା ଫଳରେ ସେଠାରେ ପୂଜିତ ଲିଙ୍ଗ ମଧ୍ୟରୁ ଶିବ ଆବିର୍ଭୂତ ହୋଇ ତାହାକୁ ବଧ କଲେ। ଗଜାସୁରର ମୃତ୍ୟୁ ପରେ ଶିବ ତାହାର ଚର୍ମକୁ ନିଜର ବାସ ବା ପରିଧାନ ରୂପେ ଗ୍ରହଣ କରିଥିଲେ। ଫଳରେ ତାଙ୍କର ନାଆଁ ହେଲା ‘କୃତ୍ତିବାସ’।

‘କୃତ୍ତି’ର ଅର୍ଥ ଚର୍ମ। ଏହା ସାଧାରଣତଃ ବ୍ୟାଘ୍ର ବା ମୃଗଚର୍ମକୁ ବୁଝାଇଥାଏ। ଶିବଙ୍କର ଛବିଗୁଡ଼ିକରେ ସେ ବ୍ୟାଘ୍ର ବା ମୃଗଚର୍ମ ପରିଧାନ କରିଥିବା ଦେଖାଯାଏ। କିନ୍ତୁ ପୁରାଣ ପ୍ରସଙ୍ଗ ଅନୁସାରେ, ତାଙ୍କର ପ୍ରକୃତ ପରିଧାନ ହେଉଛି ଗଜ ବା ଗଜାସୁରର ଚର୍ମ। ତାହାକୁ ନିଜର ବାସ (ବସ୍ତ୍ର) ରୂପେ ପରିଧାନ କରିଥିବାରୁ ତାଙ୍କର ନାମ କୃତ୍ତିବାସ।  ଗଜାସୁରର ଉତ୍ପତ୍ତି ସଂପର୍କରେ ଅନ୍ୟ ‌େକତେକ ଉପାଖ୍ୟାନ ମଧ୍ୟ ବିଭିନ୍ନ ପୁରାଣ ଓ ଜନଶ୍ରୁତିରେ ଅଛି। ସେଥିରୁ ଗୋଟିଏ କହେ, ଗଜାସୁର ହେଉଛି ମହିଷାସୁରର ପୁତ୍ର। ତେବେ କେତେକ  ବର୍ଣ୍ଣନାରେ ତାହାର ଶରୀର ଅସୁରର ଏବଂ ମୁଖ ଗଜର ବୋଲି କୁହାଯାଇଛି।
ଗଜାସୁରକୁ ନିହତ କରିବା ପରେ ଶିବ ତାହାର ଶବ ଉପରେ ନୃତ୍ୟ କରୁଥିବାର ସ୍ଥାପତ୍ୟ ଦକ୍ଷିଣ ଭାରତର ଅନେକ ମନ୍ଦିରରେ ଅଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.