ଖେଳଦେଶ ବିଦେଶ

Bee attack: କ୍ରିକେଟ୍‌ ମ୍ୟାଚ୍‌ ବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଉତ୍ତରପ୍ରଦେଶର ଉନ୍ନାଓଠାରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ କରିବାରୁ ଜଣେ ୬୫ ବର୍ଷୀୟ ଅମ୍ପାୟାର ମାନିକ ଗୁପ୍ତା ମୃତ୍ୟୁବରଣ କରିଛନ୍ତି।

ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓଠାରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ କରିବାରୁ ଜଣେ ୬୫ ବର୍ଷୀୟ ଅମ୍ପାୟାର ମାନିକ ଗୁପ୍ତା ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଉନ୍ନାଓର ଶୁକ୍ଲାଗଞ୍ଜରେ ଗୁରୁବାର ଆୟୋଜିତ ୧୩ ବର୍ଷରୁ କମ ପିଲାମାନଙ୍କର ଏକ ମ୍ୟାଚ୍‌ରେ ଗୁପ୍ତା ଅମ୍ପାୟର ଦାୟିତ୍ବ ନିର୍ବାହ କରୁଥିଲେ। ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ ହେବାରୁ ଖେଳାଳି, ଅମ୍ପାୟାର ଓ ଦର୍ଶକମାନେ ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ।

ତେବେ ଏହି ସମୟରେ ମାନିକ ତଳେ ପଡ଼ିଯାଇଥିଲେ ଓ ତାଙ୍କ ଉପରେ ମହୁମାଛିମାନେ ପ୍ରବଳ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନା ଓ ପରେ କାନପୁରର ଲାଲା ଲଜପତ ରାୟ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାନିକ ପ୍ରାୟ ୩୦ ବର୍ଷ ଧରି କାନପୁର କ୍ରିକେଟ୍‌ ସଂଘର ଅମ୍ପାୟାରିଂ ପ୍ୟାନେଲ୍‌ରେ ଥିଲେ ଓ ଅନେକ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ମ୍ୟାଚ୍‌ର ପରିଚାଳନା କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button