Breaking News

ଛାଡ଼ପତ୍ର ପରେ ଆରଜେଙ୍କ ପ୍ରେମରେ ଚହଲ ! ସାଥୀରେ କଟାଉଛନ୍ତି ସମୟ

ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଅନ୍ୟ ଜଣେ ଯୁବତୀଙ୍କ ସହ ସମୟ କଟାଉଛନ୍ତି ଚହଲ।

ମୁମ୍ବାଇ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହୋଇଯାଇଥିବା ନେଇ ଖବର ଆସିସାରିଛି। କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, କୋର୍ଟ ଦୁହିଁଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିଛନ୍ତି। ଏହି ଚର୍ଚ୍ଚା ମଧ୍ୟରେ ଏବେ ୟୁଜି ଅନ୍ୟଜଣେ ଯୁବତୀଙ୍କ ସହିତ ସମୟ କଟାଉଥିବାର ନଜର ଆସିଛନ୍ତି | ଯୁବତୀଜଣକ ହେଉଛନ୍ତି ଆରଜେ ମହବଶ।

ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର ଦୁବାଇରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହି ସମୟରେ ଜଣେ ଯୁବତୀଙ୍କ ସହ ଚହଲ ନଜର ଆସିଥିଲେ। ଷ୍ଟାଡିୟମରେ ଲାଗିଥିବା କ୍ୟାମେରାରେ ଦୁହେଁ ହସୁଥିବାର ଭିଡିଓ କଏଦ ହୋଇଥିଲା। ଏହା ସହ ମହବଶ ମଧ୍ୟ ନିଜ ଇନଷ୍ଟାରେ ଚହଲଙ୍କ ସହ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ଭାରତର ବିଜୟକୁ ପାଳନ କରୁଥିବା ଦେଖାଯାଇଛି। ଫଟୋ ସେୟାର କରି ମହବଶ ଲେଖିଛନ୍ତି, ‘କହିଥିଲି ନା ଜିତାଇକି ଆସିବି। ମୁଁ ଭାରତୀୟ ଟିମ୍ ପାଇଁ ଶୁଭ।’ ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.