Breaking News

ହୋଲି ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲର ଦରରେ ପରିବର୍ତ୍ତନ: ଜାଣନ୍ତୁ ଆଜି କେଉଁଠି କେତେ ଅଛି ଦର ?

ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ଦରରେ ପରିବର୍ତ୍ତନ ହୋଇଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ କିଛି ସ୍ଥାନରେ ମୂଲ୍ୟ ହ୍ରାସ କରିଛନ୍ତି ଏବଂ ଅନ୍ୟ କିଛି ସ୍ଥାନରେ ତୈଳ ମୂଲ୍ୟ ବୃଦ୍ଧି କରାଯାଇଛି । ତେବେ ଅଧିକାଂଶ ସହରରେ ତୈଳ ଦର ହ୍ରାସ ପାଇଛି।

କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ଦେଶର ଚାରୋଟି ମହାନଗରରେ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିପରି  ଓଡ଼ିଶାରେ ଆଜି  ତୈଳ ମୂଲ୍ୟ ୧୦୧.୯୯ ପ୍ରତି ଲିଟର ରହିଛି । ଗତକାଲି ମଧ୍ୟ ଏହି ସମାନ ଦର ଥିଲା । ଅର୍ଥାତ୍‌ ଗାତକାଲିଠୁ ନେଇ ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯଦି ରାଜ୍ୟର ସହର ମାନଙ୍କ ତୈଳ ଦର କଥା କହିବା ତେବେ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୦.୯୪ଟଙ୍କା ରହିଛି ।  ସହେିପରି ଭୋପାଳରେ ୧୦୬.୫୨ ଟଙ୍କର ରହିଛି ।

ସରକାରୀ ତୈଳ କମ୍ପାନୀ ଅନୁସାରେ ୟୁପିର ଗୌତମ  ବୁଦ୍ଧ ନଗର ଜିଲ୍ଲାରେ ପେଟ୍ରୋଲ ୨୬  ପଇସା ବୃଦ୍ଧି ପାଇ ୯୪.୯୮ ଟଙ୍କା ପ୍ରତି ଲିଟର ହୋଇଛି । ଡିଜେଲ ମଧ୍ୟ 30 ପଇସା ବୃଦ୍ଧି ପାଇ 88.13 ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ଗାଜିଆବାଦରେ ପେଟ୍ରୋଲ ୨୬ ପଇସା ହ୍ରାସ ପାଇ ୯୪.୩୯ ଟଙ୍କା ଏବଂ ଡିଜେଲ ୩୦ ପଇସା ହ୍ରାସ ପାଇ ୮୭.୪୫ ଟଙ୍କା ପ୍ରତି ଲିଟର ହୋଇଛି । ବିହାରର ରାଜଧାନୀ ପାଟନାରେ ପେଟ୍ରୋଲ ଲିଟର ପିଛା ୨୨ ପଇସା ବୃଦ୍ଧି ପାଇ ୧୦୫.୫୮ ଟଙ୍କାରେ ପହଞ୍ଚିଛି ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.