Breaking News

ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡ଼.ଦେବେନ୍ଦ୍ର ପ୍ରଧାନ | ଆଜି ସେ ପଞ୍ଚଭୂତରେ ବିଲୀନ ହୋଇଯାଇଥିବାବେଳେ ଏହି ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି |

ଭୁବନେଶ୍ୱର/ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡ଼.ଦେବେନ୍ଦ୍ର ପ୍ରଧାନ | ଆଜି ସେ ପଞ୍ଚଭୂତରେ ବିଲୀନ ହୋଇଯାଇଥିବାବେଳେ ଏହି ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି | ଆଜି ସ୍ୱର୍ଗଦ୍ୱାରରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ପହଂଚିବାପରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁଯାୟୀ ଗାର୍ଡ ଅଫ ଅନର ଦିଆଯାଇଥିଲା | ଏହାପରେ ରୀତିନୀତି ସମ୍ପନ୍ନ ହେବା ପରେ ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ |

ଉଲ୍ଲେଖ ଥାଉ କି ଗତକାଲି କିଛି ଦିନ ହେଲା ଅସୁସ୍ଥ ଥିବା ଡା. ପ୍ରଧାନ ପୂର୍ବାହ୍ନ ୧୦ଟା ୪ରେ ନୂଆଦିଲ୍ଲୀରେ ତାଙ୍କ ପୁଅ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କୁ ୮୪ ବର୍ଷ ହୋଇଥିଲା। ଡାକ୍ତରୀ ପେସା ଛାଡ଼ି ଅଶୀ ଦଶକରେ ବିଜେପି ମଣ୍ଡଳ ସଭାପତି ଭାବେ କ୍ୟାରିଅର ଆରମ୍ଭ କରିଥିବା ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଭୂପୃଷ୍ଠ ପରିବହନ ଓ କୃଷି ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ।

ସୂଚନାଯୋଗ୍ୟ ଯେ ୧୯୪୧ ମସିହାରେ ଢେଙ୍କାନାଳ ଜିଲ୍ଲା (ବର୍ତ୍ତମାନ ଅନୁଗୁଳ) କଣିହାଁ ବ୍ଲକ୍‌ର ନାଲମ ଗାଁରେ ଜନ୍ମିତ ଦେବେନ୍ଦ୍ର ପ୍ରଧାନ ୧୯୬୬ରେ ଏସ୍‌ସିବିରୁ ଏମ୍‌ବିବିଏସ୍‌ ଉତ୍ତୀର୍ଣ୍ଣ ହୋଇଥିଲେ। ଏସ୍‌ସିବିରେ ବର୍ଷେ ହାଉସ୍ ସର୍ଜନ ଭାବେ କାମ କରିବା ପରେ ତାଳଚେର ଡେରାରେ ଆସିଷ୍ଟାଣ୍ଟ ମେଡିକାଲ୍‌ ଅଫିସର ଭାବେ ଯୋଗଦେଇଥିଲେ। ୧୯୭୩ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ୧୯୮୦ରେ ବିଜେପିରେ ଯୋଗଦେବା ସହ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ତାଳଚେର ମଣ୍ଡଳ ସଭାପତି, ୧୯୮୩-୮୫ ଢେଙ୍କାନାଳ ଜିଲ୍ଲା ସଭାପତି ହୋଇଥିଲେ। ସେ ୧୯୮୮ରୁ ୧୯୯୦, ୧୯୯୦-୯୩, ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ ତିନି ଥର ବିଜେପିର ରାଜ୍ୟ ସଭାପତି ହୋଇଥିଲେ। ୧୯୮୪, ୧୯୯୬ରେ ସେ ଦେବଗଡ଼ରୁ ସାଂସଦ ପ୍ରାର୍ଥୀ, ୨୦୦୪ରେ ପାଲଲହଡ଼ାରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ବି ହାରି ଯାଇଥିଲେ। ୧୯୯୮ରେ ‌ସେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ରରେ ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୯୯ରେ ପୁଣି ଦେବଗଡ଼ରୁ ସାଂସଦ ହେବା ସହ କେନ୍ଦ୍ରରେ ଭୂ-ପୃଷ୍ଠ ପରିବହନ ଏବଂ କୃଷି ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ୨୦୦୧ରେ ସେ ବି‌େଜପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.