Breaking News

ପାନୀୟ ଜଳ କାମରେ ବିଳମ୍ବ ହେଲେ ଏଫଆଇଆର: ମନ୍ତ୍ରୀ

ଏଣିକି ପାନୀୟ ଜଳ ଯୋଗାଣରେ ଅଵ୍ୟଵସ୍ଥା କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ | ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ |

ଭୁବନେଶ୍ୱର: ଏଣିକି ପାନୀୟ ଜଳ ଯୋଗାଣରେ ଅଵ୍ୟଵସ୍ଥା କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ | ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ | ଆଜି ଗୃହରେ ପଂଚାୟତିରାଜ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଆଉ ଗଡିବନି ସମୟ | ପାନୀୟ ଜଳ କାମରେ ଠିକା କମ୍ପାନୀ ବିଳମ୍ବ କଲେ ହେବ ଏଫଆଇଆର ହେବ | ରାଜ୍ୟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା | ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା |

ଏହାର ଉତ୍ତରରେ ପାନୀୟ ଜଳ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଧିମା ହେବାର କାରଣ କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ | ସେ କହିଛନ୍ତି ଯେ ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା | ସରକାର ଫାଇନ  କରିଛନ୍ତି | ଏବେ ୭ ଦିନ ଭିତରେ କମ୍ପାନୀ ମୁଖ୍ୟଙ୍କୁ ଡକା ହୋଇଛି | ଠିକ ସମୟରେ କାମ ନ କଲେ କମ୍ପାନୀକୁ ବ୍ଲାକ ଲିଷ୍ଟ କରିବୁ |

ପୂର୍ବରୁ ପାଇପ ଥିଲା ପାଣି ନ ଥିଲା.. ଏବେ ସବୁ ଘରେ ଜଳ ନ ହେଲେ କାମ ସମାପ୍ତ ହୋଇଛି ବୋଲି ଧରା ଯିବନି | ଧିମା ବିଷୟରେ ବିଭାଗ ଅବଗତ ଅଛି | ମାର୍ଚ୍ଚ ସୁଦ୍ଧା ୭୨ ହେବାର ଥିଲା ହେଲେ ୫୨ କମ୍ପ୍ଲିଟ ହୋଇଛି | ଜୁନ ସୁଦ୍ଧା ୭୨ଟି ସାରିବୁ | ୨୦୨୫ ସୁଦ୍ଧା ଆଉ ୪୦ଟି କରିବୁ | ଆଉ କଡା ପଦକ୍ଷେପ ନେବୁ | ପାହାଡ଼ ଅଂଚଳର ଲୋକ ବି କେମିତି ପାଣି ପାଇବେ ସେ ନେଇ ବିଭାଗ କାମ କରୁଛି |

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.