Breaking News

କଳାହାଣ୍ଡି କପ୍: ସୂର୍ଯ୍ୟ, ସୁକେଶଙ୍କ ଶତକ; ରାମଚନ୍ଦ୍ରଙ୍କୁ ୫ ୱିକେଟ୍‌

ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ କଳାହାଣ୍ଡି କପ୍ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାରଠୁ ଓଡ଼ିଶାର ବିଭିନ୍ନ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ପୂର୍ବତଟ ରେଳବାଇ, ନବରଙ୍ଗପୁର, ଯାଜପୁର, କଟକ-ଏ....

କଟକ: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ କଳାହାଣ୍ଡି କପ୍ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାରଠୁ ଓଡ଼ିଶାର ବିଭିନ୍ନ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ପୂର୍ବତଟ ରେଳବାଇ, ନବରଙ୍ଗପୁରଯାଜପୁର, କଟକ-ଏ, ବୌଦ୍ଧ, ଖୋର୍ଦ୍ଧା, ଭୁବନେଶ୍ବର-ବି, ପାରଦୀପ ଓ ସୁନ୍ଦରଗଡ଼ ବିଜୟୀ ହୋଇଛନ୍ତି। ରେଳବାଇର ସୂର୍ଯ୍ୟକାନ୍ତ ପ୍ରଧାନ ଓ ନବରଙ୍ଗପୁରର ସୁକେଶ ହୀରାଙ୍କ ଶତକ ହାସଲ କରିଥିଲା ବେଳେ କଟକ-ଏ’ର ରାମଚନ୍ଦ୍ର ବେହେରା ୫ ୱିକେଟ୍‌ ସଫଳତା ପାଇଛନ୍ତି।

ରେଭେନ୍‌ସା ପଡ଼ିଆ ନଂ-୧ରେ ଖୋଯାଇଥିବା ମ୍ୟାଚ୍‌ରେ ପୂର୍ବତଟ ରେଳବାଇ ୧୨୧ ରନ୍‌ରେ କୋରାପୁଟକୁ ପରାସ୍ତ କରିଛି। ପୂର୍ବତଟ ରେ‌ଳବାଇ ୯ ୱିକେଟ୍ ହରାଇ ୨୮୦ ରନ୍ କରିଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ (୬୭ ବଲ୍‌ରୁ ୧୦୩ ରନ୍) ଶତକ ଅର୍ଜନ କରିଥିଲେ। ଜବାବରେ କୋରାପୁଟ ୩୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୯ ରନ୍ କରିପାରିଥିଲା। ରେଭେନ୍ସା ପଡ଼ିଆ ନଂ-୨ରେ ନବରଙ୍ଗପୁର ୧ ୱିକେଟରେ ମୟୂରଭଞ୍ଜକୁ ହରାଇଛି। ମୟୂରଭଞ୍ଜ ୨୫୯/୮ କରିଥିଲା। ଜବାବରେ ନବରଙ୍ଗପୁର ୪୯.୨ଓଭରରେ ୯ ୱିକେଟ୍ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ନବରଙ୍ଗପୁର ପକ୍ଷରୁ ସୁକେଶ ହୀରା ଅପରାଜିତ ୧୦୪ ରନ୍‌ କରିଥିଲେ।

ନବରଙ୍ଗପୁର, କଟକ, ବୌଦ୍ଧ, ଖୋର୍ଦ୍ଧା, ସୁନ୍ଦରଗଡ଼ ବିଜୟୀ

ସନ୍‌ସାଇନ୍ ପଡ଼ିଆରେ ଯାଜପୁର ୩ ୱିକେଟ୍‌ରେ କନ୍ଧମାଳକୁ ପରାସ୍ତ କରିଛି। କନ୍ଧମାଳ ୪୪.୨ଓଭରରେ ୧୫୪ ରନ୍ କରିଥିଲା। ଜବାବରେ ଯାଜପୁର ୩୧.୧ ଓଭରରେ ୭ ୱିକେଟ୍ ହରାଇ ବିଜୟୀ ହୋଇଥିଲା ବାରବାଟୀ ଷ୍ଟାଡିୟମରେ କଟକ-ଏ ୭୧ ରନ୍‌ରେ କେନ୍ଦୁଝରକୁ ହରାଇଛି। କଟକ-ଏ ୪୮.୫ ଓଭରରେ ୧୭୪ ରନ୍ କରିଥିଲା। ଜବାବରେ କେନ୍ଦୁଝର ୩୨ ଓଭରରେ ୧୦୩ରେ ଅଟକି ଯାଇଥିଲା। କଟକ-ଏର ରାମଚନ୍ଦ୍ର ବେହେରା ୫ ୱିକେଟ୍ ସଫଳତା ପାଇଥିଲେ। ଅଡ଼ଶପୁର ପଡ଼ିଆରେ ବୌଦ୍ଧ ୭ ୱିକେଟ୍‌ରେ ନୂଆପଡ଼ାକୁ ହରାଇଛି। ନୂଆପଡ଼ା ୨୧.୨ଓଭରରେ ମାତ୍ର ୬୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ‌ବେଳେ ବୌଦ୍ଧ ୧୪.୩ ଓଭରରେ ୩ୱିକେଟ୍ ମ୍ୟାଚ୍‌ ଜିତି ନେଇଥିଲା।

ଏମ୍‌ଜିଏମ୍ ଗ୍ରାଉଣ୍ଡରେ ଖୋର୍ଦ୍ଧା ୯୯ ରନ୍‌ରେ ଜଗତସିଂହପୁରକୁ ପରାସ୍ତ କରିଛି। ‌ଖୋର୍ଦ୍ଧା ୪୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୭ ରନ୍ କରିଥିଲା। ଜବାବ‌ରେ ଜଗତସିଂହପୁର ୨୯.୩ ଓଭରରେ ୯୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। କିଟ୍‌ରେ ଭୁବନେଶ୍ବର-ବି ୭ ୱିକେଟ୍‌ରେ ନୟାଗଡ଼କୁ ହରାଇଛି। ନୟାଗଡ଼ ୪୪.୧ ଓଭରରେ ୧୬୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଭୁବନେଶ୍ବର-ବି ୩୨.୪ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସେହିପରି ଖୋର୍ଦ୍ଧାରେ ପାରଦୀପ ୬୦ ରନ୍‌ରେ ଗଜପତିକୁ ଏବଂ ଜଟଣୀରେ ସୁନ୍ଦରଗଡ଼ ୮ ୱିକେଟ୍‌ରେ କଳାହାଣ୍ଡିକୁ ପରାସ୍ତ କରିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.