ଦେଶ ବିଦେଶବିଶେଷ

Meditation: କଫିନ୍‌ ଭିତରେ ଧ୍ୟାନ

ମୃତ ଲୋକଙ୍କୁ ପୋତାଯାଉଥିବା କଫିନ୍‌ ଭିତରେ ଶୋଇ ଧ୍ୟାନ କରିବା କଥାଟି ଅଜବ ଲାଗିପାରେ, କିନ୍ତୁ ଜାପାନରେ ଏହା ଏକ ଟ୍ରେଣ୍ଡ୍‌ ପାଲଟିଲାଣି। ଜାପାନର ଚିବା ଜିଲ୍ଲାରେ ଏକ ଅନ୍ତ୍ୟେଷ୍ଟିକ୍ରିୟା କରାଉଥିବା ସଂସ୍ଥା ପ୍ରଥମେ ଏହାର ପରିକଳ୍ପନା କରିଥିଲା।

ମୃତ ଲୋକଙ୍କୁ ପୋତାଯାଉଥିବା କଫିନ୍‌ ଭିତରେ ଶୋଇ ଧ୍ୟାନ କରିବା କଥାଟି ଅଜବ ଲାଗିପାରେ, କିନ୍ତୁ ଜାପାନରେ ଏହା ଏକ ଟ୍ରେଣ୍ଡ୍‌ ପାଲଟିଲାଣି। ଜାପାନର ଚିବା ଜିଲ୍ଲାରେ ଏକ ଅନ୍ତ୍ୟେଷ୍ଟିକ୍ରିୟା କରାଉଥିବା ସଂସ୍ଥା ପ୍ରଥମେ ଏହାର ପରିକଳ୍ପନା କରିଥିଲା। ‘କଫିନ୍‌ ଶୟନ’ ଲାଗି ଇଚ୍ଛୁକ ବ୍ୟକ୍ତି ନିର୍ଦ୍ଧାରିତ ପାଉଣା ଦେଇ ୩୦ ମିନିଟ୍ ପାଇଁ କଫିନ ଭିତରକୁ ପ୍ରବେଶ କରନ୍ତି। ସେଥିରେ ଜୀବନ, ମୃତ୍ୟୁ ଓ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଚିନ୍ତା କରିବାକୁ ଅଂଶଗ୍ରହଣକାରୀଙ୍କୁ ପ୍ରୋତ୍ସାହିତ କରାଯାଏ।

ଏହି ଧ୍ୟାନ ପଛରେ ‘କୁୟୋ’ ନାମକ ଜାପାନୀ ଦର୍ଶନ ରହିଛି, ଯାହା ଜୀବନ ପ୍ରତି ସମ୍ମାନ ଓ ମୃତ୍ୟୁକୁ ଗ୍ରହଣ କରିବାର ଭାବନା ଉଦ୍ରେକ କରିଥାଏ। ତେଣୁ କଫିନ୍‌ ଭିତରେ ମୃତ୍ୟୁର ବାସ୍ତବତା ସ୍ବୀକାର କରିବା ଦ୍ବାରା ନିଜ ଜୀବନରେ କ’ଣ ଗୁରୁତ୍ବପୂର୍ଣ୍ଣ ତାହା ପୁନଃନିର୍ଦ୍ଧାରଣ କରିବା ସହିତ ବର୍ତ୍ତମାନରେ ବଞ୍ଚିବା ଶିଖିହେଉଛି।

ଜାପାନରେ ଯୁବପିଢ଼ିଙ୍କ ଆତ୍ମହତ୍ୟା ହାର ରେକର୍ଡ ସ୍ତରକୁ ବୃଦ୍ଧି ପାଇଥିବା ସମୟରେ ମାନସିକ ସ୍ବାସ୍ଥ୍ୟ ସେଠାରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ‘କଫିନ୍‌ ଶୟନ’ର ସମର୍ଥକମାନେ ଦାବି କରୁଛନ୍ତି ଯେ ମୃତ୍ୟୁର ଅଭିନୟ କରିବା ଦ୍ବାରା ବ୍ୟକ୍ତିର ମାନସିକ ସ୍ବାସ୍ଥ୍ୟ ଉନ୍ନତ ହୋଇପାରିବ ଏବଂ ଆତ୍ମହତ୍ୟା ପ୍ରବଣତା ହ୍ରାସ ପାଇବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button