ମନୋରଞ୍ଜନ

‘ରାମାୟଣମ୍‌’ ପୂର୍ବରୁ ରଣବୀର-ସାଇ ପଲ୍ଲବୀଙ୍କ ଲୁକ୍ ଲିକ୍, ସ୍ପଷ୍ଟ କଲେ ‘ସିଆ କେ ରାମ୍‌’ ଫେମ୍ ଅଭିନେତା

ଫିଲ୍ମ 'ରାମାୟଣମ୍'ରେ ରଣବୀର-ସାଇ ପଲ୍ଲବୀଙ୍କ ରାମ-ସୀତା ଲୁକ୍ ଭାଇରାଲ୍ । ତେବେ ଭାଇରାଲ ପରେ ମୁହଁ ଖୋଲିଲେ ଅଭିନେତା, ସ୍ପଷ୍ଟ କରିଦେଲେ ସବୁ କିଛି ।

ମୁମ୍ୱାଇ ୧୦/୦୩: ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାମାୟଣମ୍’ । ଯେଉଁଥିରେ ଲିଡ୍ ରୋଲରେ ଅଛନ୍ତି ରଣବୀର କପୁର-ସାଇ ପଲ୍ଲବୀ । ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଫିଲ୍ମର କିଚି ଫଟୋ । ଯେଉଁଥିରେ ରଣବୀର କପୁରଙ୍କୁ ପ୍ରଭୁ ଶ୍ରୀରାମ ଓ ସାଇ ପଲ୍ଲବୀଙ୍କୁ ମାତା ସୀତା ଭାବରେ ଦେଖିବାକୁ ମିଳିଛି । ରିପୋର୍ଟ ହୋଇଥିଲା ଯେ ଏହି ଫଟୋଗୁଡ଼ିକ ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଆଗାମୀ ମେଗା-ଫିଲ୍ମ “ରାମାୟଣମ୍” ରୁ ଲିକ୍ ହୋଇଛି। ଫ୍ୟାନ୍ସ ବି ଫଟୋଗୁଡିଖୁ ଦେଖି ଖୁସି ପ୍ରକଟ କରିଥିଲେ । କିନ୍ତୁ ପରେ ଜଣାପଡିଲା ଯେ ସେଗୁଡ଼ିକ ଅସଲି ନୁହେଁ ସବୁ ଫେକ୍ ।

ଏନେଇ ଖୁଲାସା କରିଛନ୍ତି ଅଭିନେତା ଆଶିଷ ଶର୍ମା । ଯିଏକି, ନିଜେ ପୂର୍ବରୁ ରାମ ଭୂମିକାରେ ଅଭିନୟ କରି ସାରିଛନ୍ତି। ଶନିବାର, ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ଫଟୋ ସେୟାର କରିଥିଲେ । ଯେଉଁଥିରେ କୁହାଯାଇଥିଲା କି, “ରାମାୟଣମ” ଫିଲ୍ମରେ ରାମ ଓ ସୀତା ଭାବରେ ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ପ୍ରଥମ ଲୁକ୍ ।

ଫଟୋରେ ରଣବୀର କପୁରଙ୍କୁ ମୁକୁଟ ଓ ରାଜକୀୟ ଅଳଙ୍କାର ପିନ୍ଧିଥିବା ବେଳେ ସାଇ ପଲ୍ଲବୀ ତାଙ୍କ ପାଖରେ ପାରମ୍ପରିକ ଅଳଙ୍କାର ଓ ରାଜକୀୟ ପୋଷାକରେ ନଜର ଆସିଥିଲେ। ବହୁ ପୋଷ୍ଟ ଦାବି କରିଥିଲା ଯେ ଏଗୁଡ଼ିକ ଫିଲ୍ମର ରାମ-ସୀତା ବିବାହ ଦୃଶ୍ୟରୁ ଲିକ୍ ହୋଇଥିବା ଫଟୋ । କାରଣ ଏହି ଫଟୋଗୁଡ଼ିକ ଥିଲା ବହୁତ କ୍ଲିଅର ଓ ହାଇ ରିଜୋଲ୍ୟୁସନ ବିଶିଷ୍ଟ । ଯାହା ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା।

 ଗୁମର ଖୋଲିଲେ ଆଶିଷ ଶର୍ମା:

ସୋସିଆଲ ମିଡିଆରେ ହଙ୍ଗାମା ହେବା ପରେ ଟିଭି ଅଭିନେତା ଆଶିଷ ଶର୍ମା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଥିଲେ । ଶେଷରେ ଏହି ଭାଇରାଲ ଫଟୋ ପଛରେ ଥିବା ସତ୍ୟର ପର୍ଦ୍ଦାଫାସ କଲେ ଟିଭି ଆଟିଷ୍ଟ । ସୋସିଆଲ ମିଡିଆରେ ଭାଇରାଲ ଫଟୋ ସେୟାର କରି ସେ ବ୍ୟାଖ୍ୟା କରିଥିଲେ । ସେ କହିଥିଲେ ଯେ, ଏହା ପ୍ରକୃତରେ ୨୦୧୫-୧୬ ତାଙ୍କ ଅଭିନୀତ ଟିଭି ଶୋ “ସିୟା କେ ରାମ”ର । ଯେଉଁଥିରେ ସେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ମଜା କରି ଲେଖିଛନ୍ତି, ଏଠାରେ, ଆଉ ଏକ ଅରିଜିନାଲ ଲିକ୍ଡ ହୋଇଥିବା ଫଟୋ । ଏଆଇ ମୋର କେଶ ମଧ୍ୟ ବଦଳାଇ ପାରିଲା ନାହିଁ।

ସେ “ସିଆ କେ ରାମ” ର ମୂଳ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ଯାହା ସ୍ପଷ୍ଟ କରିଥିଲା ଯେ ଭାଇରାଲ ଫଟୋକୁ ଡିଜିଟାଲ୍ ଭାବରେ ପରିବର୍ତ୍ତନ କରାଯାଇଛି। ଷ୍ଟାର ପ୍ଲସ ଶୋ ‘ସିଆ କେ ରାମ’ରେ ସୀତାଙ୍କ ଦୃଷ୍ଟିକୋଣରୁ ରାମାୟଣର କାହାଣୀକୁ ଦର୍ଶାଯାଇଥିଲା। ଆଶିଷ ଶର୍ମାଙ୍କ ସହିତ ମାଦିରାକ୍ଷୀ ମୁଣ୍ଡଲେ ସୀତା ଭୂମିକାରେ ଅଭିନୟ କରିଥିଲେ। କରଣ ସୁଚକ ଲକ୍ଷ୍ମଣ ଭୂମିକାରେ, କାର୍ତ୍ତିକ ଜୟରାମ ରାବଣ ଭୂମିକାରେ ଓ ଦାନିଶ ଅଖତର ସୈଫି ହନୁମାନ ଭୂମିକାରେ ଅଭିନୟ କରିଥିଲେ।

ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ ଦୁଇଟି ଭାଗରେ ନିର୍ମିତ ହେଉଛି। ପ୍ରଥମ ଭାଗ ଦୀପାବଳିରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ସୀତା, ଯଶ ରାବଣ, ରବି ଦୁବେ ଲକ୍ଷ୍ମଣ ଏବଂ ସନି ଦେଓଲ ହନୁମାନ ଭୂମିକାରେ ଅଭିନୟ କରିଛନ୍ତି। ଏହା ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି ଜଣା ପଡ଼ିଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button