ଦିନକରେ ୫ ବିୱାଇଡି ‘ସିଲାୟନ୍ ୭’ ହସ୍ତାନ୍ତର: ଥରେ ଚାର୍ଜ କଲେ ୫୦୦ କିମି ଯିବ
ପାହାଳ ସ୍ଥିତ ସେଣ୍ଟ୍ରାଲ୍ ବିୱାଇଡିରେ ଗୋଟିଏ ଦିନରେ ୫ଟି ‘ସିଲାୟନ୍ ୭’ ଏସ୍ୟୁଭି ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ ରହିଛି ଉନ୍ନତ ବ୍ଲେଡ୍ ପ୍ରଯୁକ୍ତି, ଯାହା ଦ୍ବାରା ଗାଡ଼ିକୁ ଥରେ ଚାର୍ଜ କଲେ ତାହା ୫୦୦ କିମିରୁ ଅଧିକ ଯାତ୍ରା କରିପାରୁଛି।
ଭୁବନେଶ୍ବର: ପାହାଳ ସ୍ଥିତ ସେଣ୍ଟ୍ରାଲ୍ ବିୱାଇଡିରେ ଗୋଟିଏ ଦିନରେ ୫ଟି ‘ସିଲାୟନ୍ ୭’ ଏସ୍ୟୁଭି ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ ରହିଛି ଉନ୍ନତ ବ୍ଲେଡ୍ ପ୍ରଯୁକ୍ତି, ଯାହା ଦ୍ବାରା ଗାଡ଼ିକୁ ଥରେ ଚାର୍ଜ କଲେ ତାହା ୫୦୦ କିମିରୁ ଅଧିକ ଯାତ୍ରା କରିପାରୁଛି। ଗାଡ଼ିରେ ପରିବେଶ ଅନୁକୂଳ ଉପକରଣ ବ୍ୟବହାର କରାଯାଇଛି। ଏହାର ଡିଲିଙ୍କ ୪.୦ ଇନ୍ଫୋଟେନ୍ମେଣ୍ଟ୍ ବ୍ୟବସ୍ଥା ଅନେକ ସୁବିଧା ପ୍ରଦାନ କରୁଛି।
ସୁରକ୍ଷା ଦୃଷ୍ଟିରୁ ସିଲାୟନ୍ ୭ରେ ରହିଛି ସ୍ବୟଂକ୍ରିୟ ଗାଡ଼ିଚାଳନା ସହାୟତା, ୩୬୦ ଡିଗ୍ରି କ୍ୟାମେରା, ଏକାଧିକ ଏୟାରବ୍ୟାଗ୍ ଯାହା ଉଭୟ ଗାଡ଼ିରେ ବସିଥିବା ଲୋକ ଓ ପଥଚାରୀଙ୍କ ସୁରକ୍ଷା ନିଶ୍ଚିତ କରୁଛି। ବିୱାଇଡିର ସିଲାୟନ୍ ୭ ଏସ୍ୟୁଭିର ପ୍ରାରମ୍ଭିକ ମୂଲ୍ୟ ୪୮.୯୦ ଲକ୍ଷ ଟଙ୍କା ରହିଛି। ଏହା ୬୯୦ ଏନ୍ଏମ୍ ଟର୍କ ଓ ୫୨୩ ବିଏଚ୍ଚି ଶକ୍ତି ଉତ୍ପନ୍ନ କରୁଛି। ଏହା ସ୍କାଇ ହ୍ବାଇଟ୍, କସ୍ମସ୍ ବ୍ଲାକ୍, ଆଟଲାଣ୍ଟିସ୍ ଗ୍ରେ ଓ ସାର୍କ ଗ୍ରେ ରଙ୍ଗରେ ଉପଲବ୍ଧ ହୋଇଛି। ଏହି ଅବସରରେ ସେଣ୍ଟ୍ରାଲ୍ ବିୱାଇଡି ଏଜିଏମ୍-ସେଲ୍ସ ପ୍ରତୀକ ଝା ଓ ବିକ୍ରି ପ୍ରବନ୍ଧକ ମାନସ ମିଶ୍ର ଉପସ୍ଥିତ ଥିଲେ।
ସୌଜନ୍ୟ-ସମ୍ୱାଦ
Comments are closed.