ଜାତୀୟମନୋରଞ୍ଜନ

Good News : ଅଭିନେତା ରଣଦୀପ୍ ହୁଡ୍ଡା ଦେଲେ ଖୁସି ଖବର, ଖାସ୍ ଦିନରେ ଘରକୁ ଆସିଲା କୁନି ଅତିଥି…

ଅଭିନେତା ରଣଦୀପ ହୁଡା ଏବଂ ଲିନ୍ ଲାଇଶ୍ରାମ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର। ମଙ୍ଗଳବାର, ମାର୍ଚ୍ଚ ୧୦ ରେ ଉଭୟ ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି

ମୁମ୍ବାଇ : ଅଭିନେତା ରଣଦୀପ ହୁଡା ଏବଂ ଲିନ୍ ଲାଇଶ୍ରାମ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର। ମଙ୍ଗଳବାର, ମାର୍ଚ୍ଚ ୧୦ ରେ ଉଭୟ ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଦମ୍ପତି ସେମାନଙ୍କର ସୋସିଆଲ ମିଡିଆ ପେଜରେ ଏହି ଖୁସି ଖବର ସେୟାର କରି ଇଏ କନ୍ୟା ସନ୍ତାନ ବୋଲି କହିଛନ୍ତି।  କନ୍ୟା ସନ୍ତାନଙ୍କୁ ଏପରି ଏକ ଦିନରେ ସ୍ୱାଗତ କରିଛନ୍ତି ଯାହା ସେମାନଙ୍କର ପରିବାର ପାଇଁ ବହୁତ ସ୍ୱତନ୍ତ୍ର। ସଂଯୋଗବଶତଃ, ନବଜାତ ଶିଶୁର ଜନ୍ମ ଦିନ ରଣଦୀପଙ୍କ ବାପା ରଣବୀର ହୁଡାଙ୍କ ଜନ୍ମ ଦିନ । ଯାହା ପରିବାରର ଖୁସିକୁ କରିଛି ଦ୍ୱିଗୁଣିତ।

ରଣଦୀପ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, “ଦାଦା ଏବଂ ନାତୁଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆଜି, ମୁଁ ଜଣେ ବାପା ହେବା ସହ, ଆପଣଙ୍କ ପ୍ରତି ମୋର ସମ୍ମାନ ଆହୁରି ବଢ଼ିଯାଇଛି ବାପା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଲିନ୍ ମୋତେ ଜଣେ ବାପା ହେବାର ସୌଭାଗ୍ୟ ଦେଇଛନ୍ତି। ଆମ କନ୍ୟା ସନ୍ତାନକୁ ଏହି ଦୁନିଆକୁ ଆଣିବା ପାଇଁ ଧନ୍ୟବାଦ। ବହୁତ ଶ୍ରଦ୍ଧା ଓ ଭଲ ପାଇବା।” ଏହାସହ ଏହି ପୋଷ୍ଟରେ ରଣଦୀପଙ୍କ ବାପା ନିଜ ନାତୁଣୀଙ୍କୁ କୋଳରେ ଧରି କ୍ୟାମେରା ଆଡ଼କୁ ଦେଖି ହସୁଥିବାର ଏକ ଫଟୋ ମଧ୍ୟ ସେ ସେଆର କରିଛନ୍ତି।

ଶିଶୁର ଜନ୍ମ ଗୋଟିଏ ଦିନ ପୂର୍ବରୁ, ରଣଦୀପ ଏବଂ ଲିନ୍ ସୋସିଆଲ ମିଡିଆରେ ନିଜ ପ୍ରସୂତି ପୂର୍ବର ଫଟୋ ସେୟାର କରିଥିଲେ। ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ଉତ୍ସାହ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା। ଏବେ ଏହି ଖୁସି ଖବର ମିଳିବା ପରେ ଦମ୍ପତ୍ତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ।

ରଣଦୀପ ୨୦୨୩ ନଭେମ୍ବର ୨୦ରେ ଲିନ ଲାଇଗ୍ରାମଙ୍କୁ ବିବାହ କରିଥିଲେ। ସେମାନେ ମୈତେଇ ପରମ୍ପରା ଅନୁଯାୟୀ ମଣିପୁରର ଇମ୍ଫାଲରେ ବିବାହ କରିଥିଲେ। ବିବାହ ପରେ ମୁମ୍ବାଇରେ ଏକ ରିସେପ୍ସନର ଆୟୋଜନ କରିଥିଲେ।ଲିନ ଲାଇଶ୍ରାମ ଜଣେ ଅଭିନେତ୍ରୀ। ସେ ଶାହରୁଖ ଖାନଙ୍କଫିଲ୍ମ ‘ଓମ୍ ଶାନ୍ତି ଓମ୍’ ସହିତ ବଲିଉଡରେ ଡେବ୍ଲ୍ୟୁ କରିଥିଲେ। ୨୦୨୩ ମସିହାରେ ସେ ‘ଜାନେ ଜାନ’ ଏବଂ ‘ମେରି କମ୍” ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ଜଣେ ମଡେଲ ଏବଂ ବ୍ୟବସାୟୀ ମଧ୍ୟ। ରଣଦୀପଙ୍କୁ ଶେଷ ଥର ପାଇଁ ସନି ଦେଓଲଙ୍କ ଅଭିନୀତ ‘ଜାଟ’ (୨୦୨୫) ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ ନେଗେଟିଭ୍ ଭୂମିକାରେ ଅଭିନୟ କରିଥିଲେ। ତେବେ ୨୦୨୬ରେ ମୁକ୍ତିଲାଭ କରିବାକୁ ଥିବା ଇଂଲିଶ୍ ଚଳଚ୍ଚିତ୍ର ‘ମ୍ୟାଚବକ୍ସ’ରେ ନଜରଆସିବେ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button