ଦେଶ ବିଦେଶ

Environmental warriors: ପରିବେଶ ଯୋଦ୍ଧା: ଜଙ୍ଗଲ ସୁରକ୍ଷାରେ ନବକିଶୋର

ପେସାରେ ଜଣେ ଶିକ୍ଷକ ହେଲେ ମଧ୍ୟ ନିଶା ତାଙ୍କର ପରିବେଶ ସେବା। ମାଲାକାନଗିରି କାଲିମାଳା ବ୍ଲକ୍‌ର ଯବାନପଲ୍ଲୀ ସ୍କୁଲରେ ସେ ଶିକ୍ଷକ ଭାବେ କାର୍ଯ୍ୟରତ ୫୮ ବର୍ଷୀୟ ନବକିଶୋର ମଲ୍ଲିକଙ୍କର ଜନ୍ମ କେନ୍ଦ୍ରାପଡ଼ାର ଡେରାବିଶ ଗ୍ରାମରେ।

ପେସାରେ ଜଣେ ଶିକ୍ଷକ ହେଲେ ମଧ୍ୟ ନିଶା ତାଙ୍କର ପରିବେଶ ସେବା। ମାଲାକାନଗିରି କାଲିମାଳା ବ୍ଲକ୍‌ର ଯବାନପଲ୍ଲୀ ସ୍କୁଲରେ ସେ ଶିକ୍ଷକ ଭାବେ କାର୍ଯ୍ୟରତ ୫୮ ବର୍ଷୀୟ ନବକିଶୋର ମଲ୍ଲିକଙ୍କର ଜନ୍ମ କେନ୍ଦ୍ରାପଡ଼ାର ଡେରାବିଶ ଗ୍ରାମରେ। ପିଲାଟି ଦିନରୁ ତାଙ୍କର ପରିବେଶ ପ୍ରତି ରହିଛି ଆକର୍ଷଣ। ସବୁଜିମାଭରା ପ୍ରାକୃତିକ ପରିବେଶକୁ ସେ ବେଶ୍‌ ଭଲପାଆନ୍ତି। ତେବେ ସେ ଅନୁଭବ କଲେ ‌େଯ ପ୍ରାକୃତିକ ବିପର୍ଯ୍ୟୟ ହେତୁ ଜଙ୍ଗଲଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ସେଥିପାଇଁ ନବକି‌େଶାର ଜଙ୍ଗଲ ସୁରକ୍ଷା ପାଇଁ କାର୍ଯ୍ୟ ଆରମ୍ଭ କଲେ।

୨୦୦୬ ମସିହାରୁ ସେ  ଏ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲେ। ଜଙ୍ଗଲରେ ମଞ୍ଜି ବୁଣିବା, ଗଛ ଲଗାଇବା, ଚଢ଼େଇମାନଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା ଓ ଲୋକମାନଙ୍କୁ ପରିବେଶ ମନସ୍କ କରାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ସେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରେ ଆୟୋଜିତ ପରିବେଶଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେଇ କେମିତି ଗଛ ଲଗାଇବେ ଓ ଏହାର ଯତ୍ନ ନେବେ ସେ ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇଥାଆନ୍ତି।ପରିବେଶ ସୁରକ୍ଷା ପ୍ରତି ଅବଦାନ ଲାଗି ତାଙ୍କୁ ଅନେକ ସମ୍ମାନ ଓ ସ୍ବୀକୃତି ମଧ୍ୟ ମିଳିଛି। ୨୦୦୬ ଓ ୨୦୨୧ ମସିହାରେ ପ୍ରକୃତି ମିତ୍ର,୨୦୦୭ରେ ପ୍ରକୃତି ବନ୍ଧୁ, ୨୦୦୯ରେ ରାଜ୍ୟ ବନୀକରଣ ପୁରସ୍କାର, ୨୦୧୬ରେ ରାଷ୍ଟ୍ରପତି ପୁରସ୍କାର ଭଳି ଅନେକ ସମ୍ମାନର ସେ ଅଧିକାରୀ।

ସେ ଶିକ୍ଷକତା ଓ ପରିବେଶ ସେବା ମଧ୍ୟରେ ସନ୍ତୁଳନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ବିଦ୍ୟାଳୟରୁ ବଳକା ସମୟ ପାଇଲେ ସେ ତାଙ୍କ ଗୋଷ୍ଠୀ ସହ ମିଶି ପରିବେଶ ପାଇଁ କାମ କରୁଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗଛ ଲଗାଇବା ଓ ଏହାର ଯତ୍ନ ନେବା ପାଇଁ ସଚେତନ କରାଉଛନ୍ତି। ସେ ବିଦ୍ୟାଳୟରେ ପ୍ରାୟ ୭୦୦ରୁ ଅଧିକ ଗଛ ଲଗାଇଛନ୍ତି। ପିଲାମାନଙ୍କୁ ପରିବେଶ ସୁରକ୍ଷା ଶିକ୍ଷା ମଧ୍ୟ ଦିଅନ୍ତି ନବକିଶୋର। ସେ ଭବିଷ୍ୟତରେ ପରିବେଶ ପାଇଁ ଆହୁରି ଅନେକ କାମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଏହାସହ ପରିବେଶ ପ୍ରତି ଯତ୍ନବାନ ହେବା ଏବଂ ଓଡ଼ିଶାର ସବୁ ସ୍ଥାନରେ ପରିବେଶ ସୁରକ୍ଷା ଅଭିଯାନ ଆରମ୍ଭ କରିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ନବକିଶୋର।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button