ଖେଳଦେଶ ବିଦେଶ

South Africa Team: ବୁଧବାର ରାତିରେ ଫେରିବେ ଦକ୍ଷିଣ ଆଫ୍ରିକା ଖେଳାଳି: ଆଇସିସି

ମୁମ୍ବାଇ: ଓ୍ବେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ସ୍ବଦେଶ ବାହୁଡ଼ା ନେଇ ନିଜର ପ୍ରତିକ୍ରିୟା ରଖିଛି ଆଇସିସି। ଏ ନେଇ ପାତରଅନ୍ତର କରାଯାଉଥିବା ଅଭିଯୋଗକୁ ଦୃଢଭାବେ ଅସ୍ବୀକାର କରି ଆଇସିସି କହିଛି ଯେ ଖେଳାଳିଙ୍କ ନିରାପତ୍ତା ଓ ସୁବିଧା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ଏଣୁ ଏ ନେଇ ହେଉଥିବା ଅଭିଯୋଗ ଅମୂଳକ। ମଙ୍ଗଳବାର ରାତିରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳର ନଅ ଜଣ ସଦସ୍ୟ ଫେରିଯାଇଛନ୍ତି ଓ ଆଉ ୧୬ ଜଣ ଆସନ୍ତା ୨୪ ଘଣ୍ଟାରେ ଭାରତ ଛାଡ଼ିବେ। ସେହିପରି ଦକ୍ଷିଣ ଆଫ୍ରିକା ଦଳ ବୁଧବାର ରାତିରେ ଭାରତ ଛାଡ଼ିବ। ଦଳର ସମସ୍ତ ସଦସ୍ୟ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଇସିସି କହିଛି। ମାର୍ଚ୍ଚ ୧ରେ ଭାରତଠାରୁ ହାରି ଓ୍ବେଷ୍ଟଇଣ୍ଡିଜ୍‌ ବିଶ୍ବକପରୁ ବିଦାୟ ନେଇଥିଲା।

Show More

Leave a Reply

Your email address will not be published. Required fields are marked *

Back to top button