Breaking News

ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍

୪୮ ଘଣ୍ଟାରେ ଭାରତ ଛାଡ଼ । ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି । ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ । ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ଲକ୍ଷ ଟଙ୍କାର ଜରିମାନା ଭୋଗିବେ ।

ନୂଆଦିଲ୍ଲୀ: ୪୮ ଘଣ୍ଟାରେ ଭାରତ ଛାଡ଼ । ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି । ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ । ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ଲକ୍ଷ ଟଙ୍କାର ଜରିମାନା ଭୋଗିବେ । ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ‘ଭାରତ ଛାଡ଼’ ନୋଟିସ୍ ହୋଇଛି । ସାର୍କ ଭିସାଧାରୀଙ୍କୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଥିଲା । କେନ୍ଦ୍ର ସରକାର ୧୨ ଶର୍ଟ-ଟର୍ମ ଭିସାଧାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।  ମେଡିକାଲ ଭିସାଧାରୀଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଗତ ଦୁଇ ଦିନରେ ୨୭୨ ପାକିସ୍ତାନୀ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି।

ଏପର୍ଯ୍ୟନ୍ତ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, ଗୁଜରାଟ ଓ ୟୁପିରେ ରହୁଥିବା ପାକିସ୍ତାନ ନାଗରିକ ଭାରତ ଛାଡ଼ିଛନ୍ତି ।  ମହାରାଷ୍ଟ୍ରରେ ପାଖାପାଖି ୧ହଜାର ପାକିସ୍ତାନୀ ନାଗରିକ ସର୍ଟ-ଟର୍ମ ଭିସାରେ ଥିଲେ ।  ଭାରତକୁ ୬୨୯ ଭାରତୀୟ ନାଗରିକ ପାକିସ୍ତାନରୁ ଫେରୁଛନ୍ତି । ଏଥିରେ ୧୩ ଜଣ କୁଟନୀତିଜ୍ଞ ଓ ଅଧିକାରୀ ସାମିଲ ଅଛନ୍ତି । ଏପ୍ରିଲ ୨୫ରେ ୧୯୧ ପାକିସ୍ତାନୀ ନାଗରିକ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି । ଏପ୍ରିଲ ୨୬ରେ ଭାରତ ଛାଡ଼ିଛନ୍ତି ୮୧ଜଣ ପାକିସ୍ତାନୀ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.