ଓଡିଶାମହାନଗର

SCB: ପୁଣି ଅଘଟଣରୁ ବର୍ତ୍ତିଲା ଏସ୍‌ସିବି: ନନ୍ ଟ୍ରମା କାଜୁଆଲିଟିରେ ସର୍ଟସର୍କିଟ୍‌

ଏସ୍‌ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବୁଧବାର ଆଉ ଏକ ବଡ଼ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଛି ଏସ୍‌ସିବି ମେଡିକାଲ୍। ବୁଧବାର ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ନନ୍ ଟ୍ରମା କାଜୁଆଲିଟିରେ ଥିବା ଏକ ସୁଇଚ୍‌ବୋର୍ଡରେ....

କଟକ: ଏସ୍‌ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବୁଧବାର ଆଉ ଏକ ବଡ଼ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଛି ଏସ୍‌ସିବି ମେଡିକାଲ୍। ବୁଧବାର ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ନନ୍ ଟ୍ରମା କାଜୁଆଲିଟିରେ ଥିବା ଏକ ସୁଇଚ୍‌ବୋର୍ଡରେ ସ୍ପାର୍କିଂ ହେବାରୁ ସେଥିରୁ ଧୂଆଁ ବାହାରିଥିଲା।

ସେଠାରେ ଥିବା ରୋଗୀ ଭୟଭୀତ ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ତୁରନ୍ତ ଏସ୍‌ସିବି ମେଡିକାଲର ଅଗ୍ନିଶମ ଗାଡ଼ି ଓ ବାଇକ୍ ପହଞ୍ଚି ଧୂଆଁକୁ ନିୟନ୍ତ୍ରଣ କରିବାରୁ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିଲା। ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାରେ ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ବି ମେଡିସିନ୍ ଆଇସିୟୁରେ ୨ ଜଣ ଜୀବନ ସହିତ ସଂଘର୍ଷ କରୁଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button