ଦେଶ ବିଦେଶ

Israel carried out air strikes: ନବବର୍ଷରେ ତେହେରାନ ଉପରେ ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ, ଆମେରିକାର ଏଫ୍‌-୩୫ ଫାଇଟର ଜେଟ୍‌ ନଷ୍ଟ କରିଥିବା ଆଇଆରଜିସିର ଦାବି

ଇରାନବାସୀ ଶୁକ୍ରବାର ନୌରୁଜ୍ ବା ପର୍ସିଆନ୍‌ ନବବର୍ଷ ପାଳନ କରୁଥିବାବେଳେ ତେହେରାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ଇରାନର ରାଜଧାନୀ ତେହେରାନର ଚାରିପାଖରେ ଗୁଳିଗୋଳା ବର୍ଷଣର ଶବ୍ଦ ଶୁଣିବାକୁ ମିଳିଛି।

ତେହେରାନ: ଇରାନବାସୀ ଶୁକ୍ରବାର ନୌରୁଜ୍ ବା ପର୍ସିଆନ୍‌ ନବବର୍ଷ ପାଳନ କରୁଥିବାବେଳେ ତେହେରାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ଇରାନର ରାଜଧାନୀ ତେହେରାନର ଚାରିପାଖରେ ଗୁଳିଗୋଳା ବର୍ଷଣର ଶବ୍ଦ ଶୁଣିବାକୁ ମିଳିଛି। ଅନ୍ୟପକ୍ଷରେ ଇରାନ ମଧ୍ୟ ତୀବ୍ର ଆକ୍ରମଣ ଜାରି ରଖିଛି। ୟୁଏଇ, କୁଏତ, ସାଉଦି ଆରବ ଏବଂ ବାହାରିନ ସେମାନଙ୍କ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ହୋଇଥିବା କହିଛନ୍ତି।

ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟର ଅନେକ ଦେଶ ଉପରେ ଇରାନ ଆକ୍ରମଣ ଜାରି ରଖିଛି

ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟର ଅନେକ ଦେଶ ଉପରେ ଇରାନ ଆକ୍ରମଣ ଜାରି ରଖିଛି। ବାହାରିନର ଗୃହ ମନ୍ତ୍ରଣାଳୟ କହିଛି ଯେ, ଇରାନର ଆକ୍ରମଣ ଯୋଗୁଁ ଏକ କମ୍ପାନୀ ଗୋଦାମରେ ଡ୍ରୋନ୍‌ କିମ୍ବା କ୍ଷେପଣାସ୍ତ୍ରର ଅଂଶ ଖସିପଡ଼ିଥିବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ସାଉଦି ଆରବର ପୂର୍ବ ପ୍ରଦେଶର ଅର୍ଥନୈତିକ କେନ୍ଦ୍ର ତଥା ପ୍ରମୁଖ ତୈଳ ଫିଲ୍ଡ ଉପରେ ଇରାନ ଆକ୍ରମଣ କରିଛି। ତେବେ ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ପାଞ୍ଚରୁ ଅଧିକ ଡ୍ରୋନ୍‌ ଖସେଇ ଦେଇଛି।

ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ଇସଲାମିକ୍ ଗଣରାଜ୍ୟ ଇରାନ ଯୁଦ୍ଧ ଯୋଗୁ ଧ୍ୱଂସ ହୋଇଥିବା କହିଥିବାବେଳେ ଇରାନ ଇସ୍ରାଏଲ୍ ଆଡକୁ ଅନେକ ରାଉଣ୍ଡ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଇରାନ ଆକ୍ରମଣ ଯୋଗୁ ଜେରୁଜାଲେମଠାରେ ଅନେକ ବିସ୍ଫୋରଣ ଶବ୍ଦ ସହିତ ବିମାନ ଆକ୍ରମଣ ସାଇରନ ବାଜିଥିବା ଏଏଫପି ରିପୋର୍ଟର ସୂଚନା ଦେଇଛନ୍ତି।

ଆକ୍ରମଣର ଭିଡିଓ ଜାରି କଲା ଆଇଆରଜିସି

ଇରାନର ଇସଲାମିକ୍‌ ରିଭୋଲ୍ୟୁସନାରୀ ଗାର୍ଡ଼ କର୍ପସ ଆମେରିକା ଲଢ଼ୁଆ ବିମାନ ଏଫ୍‌-୩୫ ଉପରେ ଆକ୍ରମଣ କରି ଏହାକୁ ନଷ୍ଟ କରିଦେଇଥବା ଦାବି କରିଛି। ଆଇଆରଜିସି ଏହି ଆକ୍ରମଣର ଭିଡିଓ ଜାରି କରିଛି। ଏଫ୍‌-୩୫ ବିଶ୍ବର ସବୁଠୁ ଅତ୍ୟାଧୁନିକ ଲଢ଼ୁଆ ବିମାନ ମଧ୍ୟରେ ଗଣା ଯାଇଥାଏ ଓ ଏହାର ମୂଲ୍ୟ ୧୦୦ ନିୟୁତ ଡଲାରରୁ ଅଧିକ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button