ବାଣିଜ୍ୟ

MCL: ଏମ୍‌ସିଏଲ୍‌ ବସାଇବ ୨ଟି ନୂଆ କୋଲ୍‌ ୱାସେରି: ଅନୁଗୁଳ, ଝାରସୁଗୁଡ଼ାରେ ସ୍ଥାପନ କରାଯିବ

କୋଲ୍‌ ଇଣ୍ଡିଆର ସହାୟକ କମ୍ପାନି ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ରାଜ୍ୟରେ ଦୁଇଟି କୋଇଲା ୱାସେରି ସ୍ଥାପନ କରିବାକୁ ଯୋଜନା ରଖିଛି। ରାଜ୍ୟସଭାରେ କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏହି ସୂଚନା ଦେଇଛନ୍ତି।

ଭୁ‌ବନେଶ୍ବର: କୋଲ୍‌ ଇଣ୍ଡିଆର ସହାୟକ କମ୍ପାନି ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ରାଜ୍ୟରେ ଦୁଇଟି କୋଇଲା ୱାସେରି ସ୍ଥାପନ କରିବାକୁ ଯୋଜନା ରଖିଛି। ରାଜ୍ୟସଭାରେ କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏମ୍‌ସିଏଲ୍‌ ପକ୍ଷରୁ ଅନୁଗୁଳ ଜିଲ୍ଲାର ବଳରାମ-ହିଙ୍ଗୁଳା ଖଣି ଅଞ୍ଚଳରେ ବାର୍ଷିକ ୧୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏକ ବଡ଼ ୱାସେରି ସ୍ଥାପନ କରାଯିବ। ଦ୍ବିତୀୟ ୱାସେରିକୁ ଝାରସୁଗୁଡ଼ା ଜିଲ୍ଲାର କୁଲ୍‌ଡ଼ା-ଗର୍ଜନବାହାଲ ଅଞ୍ଚଳରେ ପ୍ରତିଷ୍ଠା କରାଯିବ। ଏହାର ବାର୍ଷିକ କ୍ଷମତା ୧୨ ନିୟୁତ ଟନ୍‌ ରହିଛି। ଏହି ଦୁଇ ପ୍ରକଳ୍ପ ଜରିଆରେ କମ୍ପାନିର ୱାସେରି କ୍ଷମତା ୨୭ ନିୟୁତ ଟନ୍‌ ବୃଦ୍ଧି ପାଇବ। ସେ ଏହା ମଧ୍ୟ ଜଣାଇଛନ୍ତି ଯେ ଝାରସୁଗୁଡ଼ାର ଲଖନପୁରରେ ସ୍ଥାପନ କରାଯାଉଥିବା ଗ୍ୟାସ୍‌ ଆଧାରିତ ଆମୋନିୟମ ନାଇଟ୍ରେଟ୍‌ କାରଖାନା ୨୦୨୯-୩୦ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। କୋଲ୍‌ ଇଣ୍ଡିଆ ଓ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ର ମିଳିତ ସହଯୋଗରେ ସ୍ଥାପିତ ଯୌଥ ଉଦ୍ୟୋଗ ଭାରତ କୋଲ୍‌ ଗ୍ୟାସିଫିକେସନ ଆଣ୍ଡ୍‌ କେମିକାଲ୍‌ସ ଲିମିଟେଡ୍‌ (ବିସିଜିସିଏଲ୍‌) ଏହି ପ୍ରକଳ୍ପ ସ୍ଥାପନ କରୁଛି। ସାରା ଦେଶରେ ୭୯ଟି କୋଇଲା ୱାସେରି ରହିଛି। ସେଥିରୁ ୧୩ଟି କୋଲ୍‌ ଇଣ୍ଡିଆ ଦ୍ବାରା ପରିଚାଳିତ ହେଉଛି।

ଏମ୍‌ସିଏଲ୍‌ରୁ ୨୫% ପର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହାର ହେବ

ନୂଆଦିଲ୍ଲୀ: ଏମ୍‌ସିଏଲ୍‌ରୁ ୨୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌)ର ବୋର୍ଡ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏମ୍‌ସିଏଲ୍‌ ହେଉଛି କୋଲ୍‌ ଇଣ୍ଡିଆର ଏକ ସହାୟକ କମ୍ପାନି। ଦୁଇ ସହାୟକ କମ୍ପାନି ଏମ୍‌ସିଏଲ୍‌ ଓ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏସ୍‌ଇସିଏଲ୍‌)ରୁ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବ ମଞ୍ଜୁର ହୋଇଛି। ଅଫର୍‌ ଫର୍‌ ସେଲ୍‌ (ଓଏଫ୍‌ଏସ୍‌) ଜରି‌ଆରେ ଏହି ଅଂଶଧନ ବିକ୍ରି ହେବ। ଅଂଶଧନ ବିକ୍ରିରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ ବିଦେଶରେ ଗୁରୁତ୍ବପୂର୍ଣ୍ଣ ଖଣିଜ ହାସଲ କରିବାରେ ବ୍ୟବହାର କରାଯିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button