Breaking News

ହିମାଚଳ ପ୍ରଦେଶ: ବାଦଲଫଟା ବର୍ଷାରେ ପୋଲ ଭାସିଗଲା: ୪୧୩ ତୀର୍ଥଯାତ୍ରୀଙ୍କୁ ‘ଜିପ୍ ଲାଇନ୍‌’ରେ ଉଦ୍ଧାର

ହିମାଚଳ ପ୍ରଦେଶର କିନ୍ନୌରରେ ବାଦଲଫଟା ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଦୁଇଟି ଅସ୍ଥାୟୀ ପୋଲ ଭାସିଯାଇଛି। ଏଥିଯୋଗୁ କୈଳାସ ଟ୍ରେକ୍‌ ମାର୍ଗରେ ଫସି ରହିଥିବା ୪୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଭାରତ-ତିବ୍ଦତ ସୀମା ପୁଲିସ...

 ହିମାଚଳ ପ୍ରଦେଶ: ବାଦଲଫଟା ବର୍ଷାରେ ପୋଲ ଭାସିଗଲା: ୪୧୩ ତୀର୍ଥଯାତ୍ରୀଙ୍କୁ ‘ଜିପ୍ ଲାଇନ୍‌’ରେ ଉଦ୍ଧାର

କିନ୍ନୌର: ହିମାଚଳ ପ୍ରଦେଶର କିନ୍ନୌରରେ ବାଦଲଫଟା ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଦୁଇଟି ଅସ୍ଥାୟୀ ପୋଲ ଭାସିଯାଇଛି। ଏଥିଯୋଗୁ କୈଳାସ ଟ୍ରେକ୍‌ ମାର୍ଗରେ ଫସି ରହିଥିବା ୪୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ଓ ଜାତୀୟ ବିପର୍ଯ୍ୟୟ ରିଲିଫ୍ ଫୋର୍ସ (ଏନ୍‌ଡିଆର୍‌ଏଫ୍‌) ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିବା ବେଳେ ‘ଜିପ୍ ଲାଇନ୍’ ମାଧ୍ୟମରେ ୪୧୩ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ନୌର ଜିଲ୍ଲା ପ୍ରଶାସନକୁ ଟ୍ରେକ୍ ମାର୍ଗରେ ଫସି ରହିଥିବା ତୀର୍ଥଯାତ୍ରୀଙ୍କ ବିଷୟରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା। ଆଇଟିବିପି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଉଦ୍ଧାର କାର୍ଯ୍ୟର ଦୃଶ୍ୟ ସେୟାର କରିଛି। ଭିଡିଓରେ ତୀର୍ଥଯାତ୍ରୀଙ୍କୁ ଜିପ୍ ଲାଇନରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି। ଆଇଟିବିପି ରଶି ଉଦ୍ଧାର ଟ୍ରାଭର୍ସ କ୍ରସିଂ କୌଶଳ ବ୍ୟବହାର କରିଥିଲା, ଯାହା କି ଏକ ଭିଡିଓରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ଉଦ୍ଧାର କାର୍ଯ୍ୟରେ ପର୍ବତାରୋହଣ ଓ ଆର୍‌ଆର୍‌ସି (ରୋପ୍‌ ରେସ୍କ୍ୟୁ ଆଣ୍ଡ୍‌ କ୍ଲାଇମ୍ବିଂ) ଉପକରଣ  ବ୍ୟବହାର କରାଯାଇଥିଲା।

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.