Breaking News

୧୦ ଯାଏଁ କାଁଭାଁ ବର୍ଷା

ରାଜ୍ୟରେ ଏବେ ଅନେକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା‌ ବେଳେ ସୁନ୍ଦରଗଡ଼ରେ ୩୯.୮ ମିମି, ‌ସୋନପୁରରେ ୨୪.୮ ମିମି, ଝାରସୁଗୁଡ଼ାରେ ୨୨.୨, ହାରାକୁଦରେ ୬.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି।

 ୧୦ ଯାଏଁ କାଁଭାଁ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଏବେ ଅନେକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା‌ ବେଳେ ସୁନ୍ଦରଗଡ଼ରେ ୩୯.୮ ମିମି, ‌ସୋନପୁରରେ ୨୪.୮ ମିମି, ଝାରସୁଗୁଡ଼ାରେ ୨୨.୨, ହାରାକୁଦରେ ୬.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି କେନ୍ଦୁଝରସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା‌ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ।

ଏଥିସହ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବି ହାଲୁକା ବର୍ଷା ହୋଇପାରେ। ରାଜ୍ୟରେ ଏହିଭଳି ୧୦ ତାରିଖ ଯାଏ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ୮ ତାରିଖ ଆଡ଼କୁ ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛନ୍ତି।

 

 

 

ସୌଜନ୍ୟ – ସମ୍ବାଦ

Comments are closed.