ଜୀବନଚର୍ଯ୍ୟା

Ashwini Kumar: ଅଶ୍ବିନୀକୁମାର

‌େ‌ଦବବୈଦ୍ୟ ଅଶ୍ବିନୀକୁମାର। ଦୁହେଁ ଥିଲେ ଦୁଇ ଯମଜ ଭ୍ରାତା। ଏମାନଙ୍କର ଜନ୍ମ ଓ ଜୀବନଯାପନ ଯେତିକି ଆଶ୍ଚର୍ଯ୍ୟ ଓ ସୁନ୍ଦର, ସେତିକି ରହସ୍ୟମୟ। ବେଦରେ ଏମାନଙ୍କର ଅସ୍ତିତ୍ବ ସଂପର୍କରେ ବହୁ....

‌େ‌ଦବବୈଦ୍ୟ ଅଶ୍ବିନୀକୁମାର। ଦୁହେଁ ଥିଲେ ଦୁଇ ଯମଜ ଭ୍ରାତା। ଏମାନଙ୍କର ଜନ୍ମ ଓ ଜୀବନଯାପନ ଯେତିକି ଆଶ୍ଚର୍ଯ୍ୟ ଓ ସୁନ୍ଦର, ସେତିକି ରହସ୍ୟମୟ। ବେଦରେ ଏମାନଙ୍କର ଅସ୍ତିତ୍ବ ସଂପର୍କରେ ବହୁ ରହସ୍ୟମୟ ତଥ୍ୟ ଉପଲବ୍‌ଧ। କିନ୍ତୁ ପୁରାଣରେ ଏମାନେ ସଂଜ୍ଞାଦେବୀ ଓ ସୂର୍ଯ୍ୟଦେବଙ୍କର ପୁତ୍ର ଭାବରେ ବର୍ଣ୍ଣିତ।

ବିଶ୍ବକର୍ମାଙ୍କର କନ୍ୟା ସଂଜ୍ଞା‌ ଅମିତ ତେଜସ୍ବୀ ଅଂଶୁମାନଙ୍କୁ ବିବାହ କରିଥିଲେ। କିନ୍ତୁ ସୂର୍ଯ୍ୟଦେବଙ୍କର ପ୍ରଖର ରଶ୍ମି ସହ୍ୟ କରିବା ତାଙ୍କ ପକ୍ଷରେ କ୍ରମଶଃ ଅସମ୍ଭବ ହେବାରୁ ସେ ନିଜର ଏକ ପ୍ରତିରୂପକୁ ସୂର୍ଯ୍ୟଲୋକରେ ରଖି ନିଜେ ଏକ ଅଶ୍ବିନୀ ରୂପ ଧାରଣ କରି କୁରୁଜାଙ୍ଗଲ ପ୍ରଦେଶର ଘଞ୍ଚ ଜଙ୍ଗଲ ମଧ୍ୟରେ ତପସ୍ୟା କରିବାକୁ ଲାଗିଲେ। କିଛି ଦିନ ପରେ ସୂର୍ଯ୍ୟ ଏହା ଜାଣି ପାରି, ସଂଜ୍ଞାଙ୍କୁ ଖୋଜିବାକୁ ଆସି ତାଙ୍କର ଅଶ୍ବିନୀ ରୂପ ଦେଖି ନିଜେ ଏକ ଅଶ୍ବରୂପ ଧାରଣ କରି ସଂଜ୍ଞାଙ୍କ ସହିତ ମିଳିତ ହେଲେ।
ସେମାନଙ୍କର ସଂଯୋଗରୁ ଦୁଇ ଯମଜ ପୁତ୍ର ଜାତ ହେଲେ। କିନ୍ତୁ ଦେବରାଜ ଇନ୍ଦ୍ର ତାଙ୍କୁ ଦେବତାର ମର୍ଯ୍ୟାଦା ଦେଲେ ନାହିଁ। ଫଳରେ ସେମାନେ ବ୍ରହ୍ମବିଦ୍ୟା ଲାଭ କରିବାପାଇଁ ଋଷିମାନଙ୍କ ଆଶ୍ରମକୁ ଆସିଲେ। ହେଲେ କୌଣସି ଋଷି ଦେବରାଜ ଇନ୍ଦ୍ରଙ୍କ ଭୟରେ ତାଙ୍କୁ ବିଦ୍ୟା ଦାନ କଲେ ନାହିଁ। ଶେଷରେ ମହା ତେଜସ୍ବୀ ଦଧୀଚି ତାଙ୍କୁ ବ୍ରହ୍ମବିଦ୍ୟା ଦେବାକୁ ସ୍ବୀକୃତ ହେଲେ। ଇନ୍ଦ୍ର ଏହା ଜାଣି ଦଧୀଚିଙ୍କର ଶିରଛେଦନ କଲେ। କିନ୍ତୁ ନିଜ ଚିକିତ୍ସାଜ୍ଞାନ ବଳରେ ଅଶ୍ବିନୀକୁମାର ଦଧୀଚିଙ୍କୁ ପୁନର୍ଜୀବନ ଦାନ କରିଦେଲେ।

ସେହିପରି, ଶର୍ଯାତି କନ୍ୟା ସୁକନ୍ୟାଙ୍କର ଅନୁରୋଧରେ ବୃଦ୍ଧ ଓ ଚକ୍ଷୁହୀନ ‌ଚ୍ୟବନଙ୍କୁ ଅଶ୍ବିନୀକୁମାର ଯୌବନ ଦାନ ସହିତ ଚକ୍ଷୁଷ୍ମାନ୍‌ କରାଇ ଥିଲେ। ସେଥିରେ ଚ୍ୟବନ ପ୍ରୀତ ହୋଇ ଅଶ୍ବିନୀକୁମାରଙ୍କୁ ଯଜ୍ଞହବି ପ୍ରଦାନ କରିବା ସହିତ ସୋମପାନର ଅଧିକାରୀ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏକଦା ରାଜା ଶର୍ଯାତି ଏକ ସୋମଯଜ୍ଞ କରାଉଥିଲେ। ତାହାର ମୁଖ୍ୟ ପୁରୋଧା ଥିଲେ ମହର୍ଷି ଚ୍ୟବନ। ସବୁ ଦେବତାଙ୍କୁ ହବି ଅର୍ପଣ କଲା ପରେ, ଯେତେବେଳେ ସେ ଅଶ୍ବିନୀକୁମାରଙ୍କୁ ଯଜ୍ଞହବି ପ୍ରଦାନ କଲେ, ଅଧୈର୍ଯ୍ୟ ‌େହାଇ ଇନ୍ଦ୍ର ‌ଚ୍ୟବନଙ୍କୁ ବଜ୍ରାଘାତ କରିବାକୁ ଉଦ୍ୟତ ହେଲେ। ମାତ୍ର ଶତଚେଷ୍ଟା ସତ୍ତ୍ବେ ତାହା ସଂଭବ ନ ହେବାରୁ ଇନ୍ଦ୍ର ବ୍ୟାକୁଳ ହୋଇପଡ଼ିଲେ। ଚ୍ୟବନଙ୍କୁ କ୍ଷମା ମାଗିଲେ ଏବଂ ଅଶ୍ବିନୀକୁମାରଙ୍କୁ ଯଜ୍ଞଭାଗ ପ୍ରଦାନ କରିବାକୁ ସ୍ବୀକୃତ ହେଲେ। ତାଙ୍କର ଅଲୌକିକ ଶକ୍ତିକୁ ମାନ୍ୟତା ପ୍ରଦାନ ‌କଲେ।
ଚିକିତ୍ସାଶାସ୍ତ୍ରର ଆଦି ପ୍ରବକ୍ତା ଭାବରେ ତ୍ରିଲୋକରେ ଅଶ୍ବିନୀ କୁମାର ପୂଜିତ। ‘ମହାଭାରତ’ର ବର୍ଣ୍ଣନା ଅନୁଯାୟୀ, ପାଣ୍ଡବ ପଞ୍ଚଭ୍ରାତାଙ୍କ ମଧ୍ୟରୁ ନକୁଳ ଓ ସହଦେବ ଥିଲେ ଅଶ୍ବିନୀକୁମାରଙ୍କ ପୁତ୍ର। ପିତାଙ୍କ ଗୁଣର ଉତ୍ତରାଧିକାରୀ ଭାବରେ ସେମାନେ ପଶୁ ଚିକିତ୍ସା ଶାସ୍ତ୍ରରେ ବ୍ୟୁତ୍ପତ୍ତି ଲାଭ କରିି‌ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button