ଦେଶ ବିଦେଶ

War: ଇସ୍ରାଏଲର ନେଗରେଭ୍‌ କେମିକାଲ ଫ୍ୟାକ୍ଟ୍ରି ଉପରେ କ୍ଷେପଣାସ୍ତ୍ର ମାଡ଼

ଦକ୍ଷିଣ ଇସ୍ରାଏଲର ନିଓଟ୍‌ ହୋଭାବ ଇଣ୍ଡଷ୍ଟ୍ରିଆଲ ଜୋନ୍‌ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ଭୟଙ୍କର ଭାବେ ରସାୟନ ଲିକ୍‌ ହେବା ଆଶଙ୍କା ପ୍ରକାଶ ପାଇଛି। କ୍ଷେପଣାସ୍ତ୍ର ମାଡ଼ ପରେ ରସାୟନ ସଂରକ୍ଷିତ ରଖାଯାଉଥିବା ୟୁନିଟ‌ରେ ଭୀଷଣ ନିଆଁ ଲାଗି

ତେଲ ଅଭିଭ୍‌: ଦକ୍ଷିଣ ଇସ୍ରାଏଲର ନିଓଟ୍‌ ହୋଭାବ ଇଣ୍ଡଷ୍ଟ୍ରିଆଲ ଜୋନ୍‌ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ଭୟଙ୍କର ଭାବେ ରସାୟନ ଲିକ୍‌ ହେବା ଆଶଙ୍କା ପ୍ରକାଶ ପାଇଛି। କ୍ଷେପଣାସ୍ତ୍ର ମାଡ଼ ପରେ ରସାୟନ ସଂରକ୍ଷିତ ରଖାଯାଉଥିବା ୟୁନିଟ‌ରେ ଭୀଷଣ ନିଆଁ ଲାଗି ବିପଜ୍ଜନକ ଭାବେ ରସାୟନ ଲିକ୍‌ ହୋଇଥିବା ଅଗ୍ନିଶମ ବିଭାଗ ଉପମୁଖ୍ୟ କହିଛନ୍ତି। ଏସବୁ କୀଟନାଶକ ବୋଲି କୁହାଯାଉଛି।

ଏପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇ ନଥିବାବେଳେ କେମିକାଲ ଫ୍ୟାକ୍ଟ୍ରିକୁ ସିଲ୍‌ କରିବାକୁ ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ୍‌ ଲାଗି ପଡ଼ିଛନ୍ତି। ଫ୍ୟାକ୍ଟ୍ରି ଆଖପାଖ ଅଞ୍ଚଳକୁ ନ ଆସିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ସ୍ଥାନୀୟ ଲୋକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ, ଇରାନ ଅଧଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଡିମୋନା, ବେର୍‌ସେବା ଓ ଗ୍ରେଟର ତେଲ ଅଭିଭକୁ ଟାର୍ଗେଟ କରି ତିନିଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଇରାନ ବେର୍‌ସେବାର ନେଗରେଭ୍‌ ଅଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟ୍ରି ଉପରେ ଟାର୍ଗେଟ କରିଥିବା ଇସ୍ରାଏଲର ଚାନେଲ ୧୨ ଓ ପରେ ଇସ୍ରାଏଲ ରେଡିଓ ମଧ୍ୟ ସ୍ପଷ୍ଟ କରିଥିଲା। କର୍ତ୍ତୃପକ୍ଷ ଫ୍ୟାକ୍ଟ୍ରି ଅଞ୍ଚଳକୁ ଘେରାଉ କରି ଆଖପାଖ ଅଞ୍ଚଳକୁ ଖାଲି କରିଥିଲେ।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button