କେହି କିଛି ବୁଝିବା ପୂର୍ବରୁ ଜଣକ ପରେ ଜଣେ ଏପରି ଭାବେ ୩୦ରୁ ଅଧିକ ପର୍ଯ୍ୟଟକ ନଦୀ ଭିତରକୁ ଖସି ପଡ଼ିଥିଲେ। ନଦୀ ଭିତରେ ଥିବା ପଥରରେ ମାଡ଼ ହୋଇ ୫ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଏହି ଦୁର୍ଘଟଣାରେ ଅନେକ ପର୍ଯ୍ୟଟକ ନଦୀ ସୁଅରେ ଭାସିଯାଇଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ପାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ପୋଲ ଛିଣ୍ଡିଯିବା ପରେ ପ୍ରଶାସନ ସଙ୍ଗେସଙ୍ଗେ ଉକ୍ତ ପର୍ଯ୍ୟଟନ ସ୍ଥଳକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଛି। ଘଟଣାର କାରଣ ଜାଣିବ‌ା ପାଇଁ ଏକ ସ୍ବତନ୍ତ୍ର ଦଳ  ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଯାଇଛି।

ଏହି ଛାତିଥରା ଦୁର୍ଘଟଣାର  ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦଉଡ଼ି ଛିଣ୍ଡିବା ପ‌ରେ ଝୁଲପୋଲଟି ଗୋଟିଏ ପାର୍ଶ୍ବକୁ ଢଳି ପଡ଼ିଥିବା ବେଳେ ଏହା ଉପରେ ଥିବା ପର୍ଯ୍ୟଟକମାନେ ଚିତ୍କାର କରି ନଦୀ ଗର୍ଭକୁ ଖସି ପଡ଼ୁଥିବା ଦେଖିବାକୁ ମିଳୁଛି।