ମନୋରଞ୍ଜନ

Film news: ଶିଶିରଙ୍କ ସଫଳ ଶିଷ୍ୟ

‘ସିନ୍ଦୂରବିନ୍ଦୁ’, ‘ସୁନାସଂସାର’, ‘ସମୟ ବଡ଼ ବଳବାନ’, ‘ସୁବର୍ଣ୍ଣ ସୀତା’, ‘ଏଇ ଆମ ସଂସାର’, ‘ବସ୍ତ୍ରହରଣ’, ‘ସୁନା ଭାଉଜ’ ଓ ‘ସାବତ ମା’ ଭଳି ସଫଳ ଓଡ଼ିଆ ଛବି ଏବଂ ‘ଭିଗି ପଲ୍‌କେଁ’, ‘ସମୟ କି ଧାରା’, ‘ବିଲ୍ଲୁ ବାଦଶାହା’, ‘ଟାଡା’ ଓ ‘ଅସୀମା’ ଆଦି ହିନ୍ଦୀ ସିନେମା....

‘ସିନ୍ଦୂରବିନ୍ଦୁ’, ‘ସୁନାସଂସାର’, ‘ସମୟ ବଡ଼ ବଳବାନ’, ‘ସୁବର୍ଣ୍ଣ ସୀତା’, ‘ଏଇ ଆମ ସଂସାର’, ‘ବସ୍ତ୍ରହରଣ’, ‘ସୁନା ଭାଉଜ’ ଓ ‘ସାବତ ମା’ ଭଳି ସଫଳ ଓଡ଼ିଆ ଛବି ଏବଂ ‘ଭିଗି ପଲ୍‌କେଁ’, ‘ସମୟ କି ଧାରା’, ‘ବିଲ୍ଲୁ ବାଦଶାହା’, ‘ଟାଡା’ ଓ ‘ଅସୀମା’ ଆଦି ହିନ୍ଦୀ ସିନେମାର ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର ଚଳିତ ବର୍ଷ ନିଜ କ୍ୟାରିଅର୍‌ର ସୁବର୍ଣ୍ଣଜୟନ୍ତୀ ପାଳନ କରୁଛନ୍ତି। ପୁଣି ଚଳିତ ସପ୍ତାହରେ ସେ ୮୪ ବର୍ଷରେ ବି ପଦାର୍ପଣ କରୁଛନ୍ତି। ଏହି ଅବସରରେ ଓଡ଼ିଆ ସିନେଶିଳ୍ପକୁ ତାଙ୍କର ଅବଦାନର ଆକଳନ କରିବା ବେଳେ ସାମ୍ନାକୁ ଆସନ୍ତି ଅନେକ ସଫଳ ସିନେ-ନିର୍ଦ୍ଦେଶକ। କ୍ୟାରିଅର୍‌ର ଆଦ୍ୟକାଳରେ ଶିଶିରଙ୍କ ସହ ସହକାରୀ ଓ ସହଯୋଗୀ ଭାବେ କାର୍ଯ୍ୟାରମ୍ଭ କରିଥିବା ପ୍ରତିଭାବାନ୍ ଯୁବକମାନେ ପରବର୍ତ୍ତୀ ସମୟରେ ଓଲିଉଡ୍‌ରେ ସଫଳ ନିର୍ଦ୍ଦେଶକର ମାନ୍ୟତା ଲାଭ କରିଛନ୍ତି। ଆସନ୍ତୁ ଶିଶିରଙ୍କ ଏହି ସଫଳ ଶିଷ୍ୟମାନଙ୍କ ଉପରେ ନଜର ପକାଇବା।

ଶିବଶଙ୍କର ଓଝା

ହର ପଟ୍ଟନାୟକ- ଓଲିଉଡ୍‌ର ରିଂ ମାଷ୍ଟର ରୂପେ ପରିଚିତ ଚର୍ଚ୍ଚିତ ଅଭିନେତା-ନିର୍ଦ୍ଦେଶକ ହର ପଟ୍ଟନାୟକ ଶିଶିର ମିଶ୍ରଙ୍କ ଦ୍ବିତୀୟ ସିନେମା ‘ସୁନାସଂସାର’ରେ ପ୍ରଥମେ ସହକାରୀ ଭାବେ କାମ କରିଥିଲେ। ଏହାପରେ ସେ ‘ସମୟ ବଡ଼ ବଳବାନ’, ‘ସୁବର୍ଣ୍ଣ ସୀତା’ ଓ ‘ଏଇ ଆମ ସଂସାର’ରେ ବି ତାଙ୍କର ସହଯୋଗୀ ଥିଲେ। ‘ଦଇବ ଦଉଡ଼ି’ରୁ ହର ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରି ଓଡ଼ିଆ ଦର୍ଶକଙ୍କୁ ଅନେକ ସଫଳ ଛବି ଭେଟି ଦେଇଥିଲେ। ହରଙ୍କ ନିର୍ଦ୍ଦେଶିତ ଶେଷ ସିନେମା ଥିଲା ‘ଓମ୍ ସାଇ ରାମ୍’।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button