
କଟକ: ଚୌଦ୍ବାର-କଟକର ବିଜେଡି କର୍ପୋରେଟରମାନଙ୍କୁ ନେଇ ଚାଲିଥିବା ରାଜନୈତିକ ଖେଳ ରୋଚକ ହେବାରେ ଲାଗିଛି। ବିଜେଡିରୁ ବହିଷ୍କୃତ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ସହିତ ଗଲା ୨୪ ତାରିଖରେ ଚୌଦ୍ବାର-କଟକ ଅଞ୍ଚଳର ୧୩ ଜଣ ବିଜେଡି କର୍ପୋରେଟର୍ ରୁଦ୍ଧଦ୍ବାର ବୈଠକରେ ଏକାଠି ହେବା ପରେ ଏହି ଖେଳ ଜମିବାରେ ଲାଗିଛି। କଥା ନବୀନ ନିବାସ ଯାଏଁ ଯାଇଛି। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡାକରା ଆସିଥିଲେ ବି ଏହି ୧୩ କର୍ପୋରେଟରଙ୍କ ମଧ୍ୟରୁ ମାତ୍ର ୪ ଜଣ ନବୀନ ନିବାସ ଯିବା ଘଟଣା ଟଣାଓଟରା ରାଜନୀତିର ଗୁରୁତ୍ବ ବଢ଼ାଇ ଦେଇଛି। ଅନ୍ୟପଟେ ପ୍ରଭାତଙ୍କ ସହ ବୈଠକରେ ସାମିଲ ହୋଇ ନ ଥିବା ଅନ୍ୟ ୪ ଜଣ କର୍ପୋରେଟରଙ୍କୁ ମିଶାଇ ମୋଟ ୮ ଜଣ କର୍ପୋରେଟରଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥିତ କରାଯାଇଛି।
ସୌଜନ୍ୟ ସମ୍ବାଦ




