ରାଶିଫଳ

Horoscope 2026 April 1: ଜାଣନ୍ତୁ ଆଜିର ରାଶିଫଳ

କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ।

ମେଷ: ଦିନଟି ଲାଭଦାୟକ ରହିବ। ଆର୍ଥିକ ବିଷୟରେ ମନ ଚାହୁଁଥିବା ସଫଳତା ପାଇବେ। ଗବେଷକ ଭଲ ଫଳ ପାଇବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ପ୍ରେମ ଜୀବନ ଭଲ ରହିବ। ‌

ବୃଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ରହିବ। ଜୀବନସାଥୀଙ୍କ ଠାରୁ ଦାମିକା ଉପହାର ପାଇବେ। ବ୍ୟବସାୟ ବଢ଼ାଇବା ଲାଗି ଚାହୁଁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନ ଭଲ ରହିବ।  ‌

ମିଥୁନ: ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ‌

କର୍କଟ: ଦିନଟି ଉତ୍ସାହ ଭରା ରହିବ। ଆପଣଙ୍କର ସବୁ ଶକ୍ତି ନିଜର ନୂଆ କାମରେ ଲଗାଇବେ। ବ୍ୟବସାୟ‌ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ‌

ସିଂହ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଅଫିସରେ କାମ ପ୍ରତିଦିନ ତୁଳନାରେ ଭଲ ହେବ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।

କନ୍ୟା: ଦିନଟି ପରିବାର ଲାଗି ଖୁସି ନେଇ ଆସିବ। କାହାରିକୁ କିଛି କଥା ବୁଝାଇବାରେ ଲୋକଙ୍କ ଉପରେ ଆପଣଙ୍କ କଥାର ପ୍ରଭାବ ପଡ଼ିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ପାଇଁ ରାସ୍ତା ଖୋଲିବ।‌

ତୁଳା: ପୁଞି ବଜାରରେ ନିବେଶ ପୂର୍ବରୁ ପରିବାରରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। କୌଣସି ମନୋରଂଜକ ଗତିବିଧିରେ ଅଂଶ ଗ୍ରହଣ କରିବେ। ବିଦେଶ ଯିବାର ସମ୍ଭାବନା ରହିଛି। ‌

ବିଛା: ଆପଣ କିଛି ନୂଆ କରିବା ପାଇଁ ଭାବିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଘରକୁ ବନ୍ଧୁ ଆସିବେ। ପରିବାରରେ ଖୁସିର ମାହୋଲ ରହିବ। ରାଜନୀତିରେ ସଫଳତା ପାଇବେ। ‌

ଧନୁ: ଅଫିସରେ ବରିଷ୍ଠଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ଜୀବନସାଥୀ ସହ କୌଣସି ହୋଟେଲକୁ ରାତ୍ରୀଭୋଜନ ପାଇଁ ଯାଇପାରନ୍ତି। ବିବାହ ପାଇଁ ଲାଗି ରହିଥିବା ବାଧା ଦୂର ହେବ। ‌

ମକର: ଆପଣଙ୍କ ଧ୍ୟାନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ରହିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଖେଳାଳୀଙ୍କ ଲାଗି ଦିନଟି ଭଲ। ‌

କୁମ୍ଭ: ଭାଗୀଦାରୀ ବ୍ୟବସାୟରେ ଲାଭ ପାଇବେ। ଉଚ୍ଚ ଓ ବୌଦ୍ଧିକ ବର୍ଗରେ ସମ୍ମାନ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ସାଥୀଙ୍କୁ ଉପହାର ଦେବେ। ସୁଷମ ଖାଦ୍ୟ ଖାଆନ୍ତୁ।

ମୀନ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ବନ୍ଧୁର ସହଯୋଗ ପାଇବେ। ଅଫିସରେ କାମ ପ୍ରତିଦିନ ତୁଳନାରେ ଭଲ ହେବ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିପାରିବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button