ଜାତୀୟ

Blast: ପଞ୍ଜାବ ବିଜେପି ଅଫିସ ବାହାରେ ବିସ୍ଫୋରଣ

ଚଣ୍ଡିଗଡ଼ରେ ଆଜି ବିଜେପି ଅଫିସ ବାହାରେ ବିସ୍ଫୋରଣ ହୋଇଛି। ସୁରକ୍ଷା ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରିଛନ୍ତି। ଏଯାବତ ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ ବିଜେପି ଅଫିସ ବାହା‌ରେ...

ନୂଆଦିଲ୍ଲୀ: ଚଣ୍ଡିଗଡ଼ରେ ଆଜି ବିଜେପି ଅଫିସ ବାହାରେ ବିସ୍ଫୋରଣ ହୋଇଛି। ସୁରକ୍ଷା ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରିଛନ୍ତି। ଏଯାବତ ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ ବିଜେପି ଅଫିସ ବାହା‌ରେ କମ୍‌ ତୀବ୍ରତାର ଏକ ବିସ୍ଫୋରଣ ହୋଇଛି।

ରାଜ୍ୟ ବିଜେପି ନେତା ବିନୀତ ଯୋଶୀ କହିଛନ୍ତି, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଯୋଶୀ କହିଛନ୍ତି, ଆମେ ବିସ୍ଫୋରଣ ଶବ୍ଦ ଶୁଣିଲୁ। ତେବେ ଏହା କେମିତି ହେଲା ତାହା ଆମେ ଜାଣିନାହୁଁ। ‌କେବଳ ପୁଲିସ ହିଁ ଏନେଇ ସୂଚନା ପ୍ରଦାନ କରିପାରିବ।

ଖବର ପାଇ ବରିଷ୍ଠ ଏସ୍‌ପି କନୱରଦୀପ କୌର ଏବଂ ସିଏଫଏସଏଲ ଟିମ୍‌ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସ୍‌ପି କୌର କହିଛନ୍ତି, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଆମେ ସେକ୍ଟର ୩୭ ବିଜେପି ଅଫିସ ବାହାରେ ଏକ ଶବ୍ଦ ଶୁଣିଲୁ ଏବଂ ଆମେ ୧୦ ମିନିଟ୍‌ରେ ପହଞ୍ଚିଲୁ। ଆମେ ଏହି ଘଟଣାର ତଦନ୍ତ କରୁଛୁ। ସିଏଫଏସଏଲ, ଏନଆଇଏ ଏବଂ କ୍ରାଇମ ବ୍ରାଞ୍ଚ ଟିମ୍‌ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି। ସେ କହିଛନ୍ତି ଏକ ଦଳୀୟ ଅଫିସ ବାହାରେ ବିସ୍ଫୋରଣ ଏକ ଚିନ୍ତାଜନକ ବିଷୟ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button