
- କାରବାର ବନ୍ଦ ହେବା ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା
- ୩୧ ମାର୍ଚ୍ଚ ୨୦୨୬ରେ କାରବାର ବନ୍ଦ ସୁଦ୍ଧା ବଜାରରେ ବଜାରରେ ମାତ୍ର ୫,୫୦୧ କୋଟି ଟଙ୍କା ବଳକା ରହିଛି
- ତୁରନ୍ତ ନଗଦ ଆବଶ୍ୟକତା ପୂରଣ କରିବାକୁ ନଭେମ୍ବର ୨୦୧୬ରେ ୨ ହଜାର ଟଙ୍କା ନୋଟ୍ ର ପ୍ରଚଳନ ଆରମ୍ଭ ହୋଇଥିଲା
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରଚଳନରେ ଥିବା ୨ ହଜାର ଟଙ୍କା ନୋଟ୍ ର ୯୮.୪୫% ଫେରି ଆସିଥିବା ବୁଧବାର ଦାବି କରିଛି। କେନ୍ଦ୍ରୀୟ ବ୍ୟାଙ୍କ ୧୯ ମେ ୨୦୨୩ରେ ପ୍ରଚଳନରେ ଥିବା ୨ହଜାର ଟଙ୍କା ନୋଟ୍ ଫେରାଇ ନେବାକୁ ଘୋଷଣା କରିଥିଲେ। ଆରବିଆଇଙ୍କ ସୂଚନା ଅନୁସାରେ ୧୯ ମେ ୨୦୨୩ରେ ୨ହଜାର ଟଙ୍କାର କାରବାର ବନ୍ଦ ହେବା ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ତେବେ ୩୧ ମାର୍ଚ୍ଚ ୨୦୨୬ରେ କାରବାର ବନ୍ଦ ସୁଦ୍ଧା ବଜାରରେ ବଜାରରେ ମାତ୍ର ୫,୫୦୧ କୋଟି ଟଙ୍କା ବଳକା ରହିଛି। ଏଥିରୁ ପ୍ରଚଳନରୁ ବାହାର ହୋଇଥିବା ୯୮.୪୫% ନୋଟେ ଫେରସ୍ତ ଆସି ସାରିଛି ବୋଲି ଆରବିଆଇ କହିଛନ୍ତି।
ଆରବିଆଇଙ୍କ ଅନୁସାରେ ୨ ହଜାର ଟଙ୍କା ନୋଟକୁ ବଦଳାଇବାକୁ ଏବେବି ସୁବିଧା ଉପଲବ୍ଧ ଅଛି। ବ୍ୟାଙ୍କର ୧୯ ନିର୍ଗମ କାର୍ଯ୍ୟାଳୟରେ ଏହି ନୋଟ ଦେଇ ପ୍ରଚଳନରେ ଥିବା ଅନ୍ୟ ନୋଟ୍ କୁ ରୂାପନ୍ତରିତ କରିପାରିବେ। ଏହା ଛଡା ସାଧାରଣ ଲୋକେ ଦେଶର କୌଣସି ପୋଷ୍ଟ ଅଫିସରୁ ‘ଇଣ୍ଡିଆ ପୋଷ୍ଟ’ ମାଧ୍ୟମରେ ୨ ହଜାର ଟଙ୍କା ନୋଟ୍ ଆରବିଆଇ ନିର୍ଗମ କାର୍ଯ୍ୟାଳୟକୁ ପଠାଇ ପାରିବେ। ଏହି ରାଶି ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯିବ। ଆରବିଆଇଙ୍କ ଅନୁସାରେ ୨ ହଜାର ଟଙ୍କା ନୋଟ୍ ଏବେବି ଦେଶରେ ବୈଧ ମୁଦ୍ରା ହୋଇ ରହିଛି।
ସୌଜନ୍ୟ Prameya News7




