Breaking News

ପରିବେଶ ଯୋଦ୍ଧା: ସଁବାଳୁଆ-ପ୍ରଜାପତି ସୁରକ୍ଷାରେ ଉଦିତ

ପିଲାଟି ଦିନରୁ ଉଦିତ ପ୍ରକୃତିପ୍ରେମୀ। ପ୍ରକୃତି ପ୍ରତି ତାଙ୍କର ଗଭୀର ଆଗ୍ରହ ବିଦ୍ୟାଳୟ ଶିକ୍ଷା ସମୟରୁ ବାରି ହୋଇପଡ଼ିଥିଲା। ସେ ନିଜ ଚାରିପାଖର ଜୈବବିବିଧତା ପ୍ରତି ସବୁବେଳେ ଆକର୍ଷିତ ହୋଇଥାନ୍ତି। ଛୋଟବେଳୁ ସେ ବାଡ଼ିବଗିଚାରେ ପ୍ରଜାପତି ଓ ଅନ୍ୟାନ୍ୟ ପତଙ୍ଗଙ୍କୁ ଦେଖିଲେ....

 ପରିବେଶ ଯୋଦ୍ଧା: ସଁବାଳୁଆ-ପ୍ରଜାପତି ସୁରକ୍ଷାରେ ଉଦିତ

 

ପିଲାଟି ଦିନରୁ ଉଦିତ ପ୍ରକୃତିପ୍ରେମୀ। ପ୍ରକୃତି ପ୍ରତି ତାଙ୍କର ଗଭୀର ଆଗ୍ରହ ବିଦ୍ୟାଳୟ ଶିକ୍ଷା ସମୟରୁ ବାରି ହୋଇପଡ଼ିଥିଲା। ସେ ନିଜ ଚାରିପାଖର ଜୈବବିବିଧତା ପ୍ରତି ସବୁବେଳେ ଆକର୍ଷିତ ହୋଇଥାନ୍ତି। ଛୋଟବେଳୁ ସେ ବାଡ଼ିବଗିଚାରେ ପ୍ରଜାପତି ଓ ଅନ୍ୟାନ୍ୟ ପତଙ୍ଗଙ୍କୁ ଦେଖିଲେ ତାଙ୍କ ପଛରେ ଆକର୍ଷିତ ହୋଇ ଦୌଡୁଥିଲେ ବୋଲି ତାଙ୍କ ବାପା ଉମେଶଚନ୍ଦ୍ର ଦାସ କହନ୍ତି। ପିଲାଦିନର ସେହି ଆଗ୍ରହ ପରିଶେଷରେ ତା‌ଙ୍କୁ ଜଣେ ପ୍ରାଣୀବିଜ୍ଞାନୀ ଭାବେ ଗଢ଼ି ତୋଳିଛି ଏବଂ ସେ ସେମାନଙ୍କ ସୁରକ୍ଷା ଲାଗି କାମ କରୁଛନ୍ତି।

ଉଦିତ ବିଭିନ୍ନ ଜାତିର ପତଙ୍ଗ, ମୁଖ୍ୟତଃ ନିଶାଚର ପ୍ରଜାପତିଙ୍କ ଉପରେ ଗବେଷଣା ଓ ଜନସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛନ୍ତି। ପରିବେଶ ସନ୍ତୁଳନକୁ ବଜାୟ ରଖିବାରେ ଏହି କୀଟପତଙ୍ଗଙ୍କର କିପରି ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି ସେ ବାର୍ତ୍ତା ବିଭିନ୍ନ ବର୍ଗର ପିଲା ଓ ଚାଷୀମାନଙ୍କ ଗହଣରେ ବାଣ୍ଟୁଛନ୍ତି। ସଁବାଳୁଆ, ପ୍ରଜାପତି ତଥା ନିଶାଚର ପ୍ରଜାପତିମାନଙ୍କର ଭୂମିକା, ସେମାନଙ୍କର ଜୀବନଚକ୍ର, ଶିକାରୀ-ଶିକାରର ପାରସ୍ପରିକ କ୍ରିୟା ଏବଂ ଅର୍ଥନୈତିକ ଗୁରୁତ୍ବ ଉଦିତଙ୍କ ଗବେଷଣାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।

ଉଦିତ୍‌ କହନ୍ତି, ‘‘ସଁବାଳୁଆର ସୁରକ୍ଷା ପାଇଁ ଯଦି ଆମେ ଧ୍ୟାନ ନ ଦେବା ତେବେ ପ୍ରଜାପତି ସଂରକ୍ଷଣ ଅସମ୍ଭବ ହୋଇପଡ଼ିବ। ଆଜିର ଦିନରେ ସଁବାଳୁଆର ଜୀବନ ବିପନ୍ନ ହୋଇପଡ଼ିଲାଣି। ଏହି ପତଙ୍ଗମାନେ ସୁସ୍ଥ ପରିସଂସ୍ଥାନର ସୂଚନା ଦେଇଥାନ୍ତି। ଖାଦ୍ୟଶୃଙ୍ଖଳା ସୁରକ୍ଷାରେ ଏମାନଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ଓଡ଼ିଶାରେ ଯଥାକ୍ରମେ ପାଖାପାଖି ୩୦୦ ଓ ୧୦୦୦ ଜାତିର ପ୍ରଜାପତି ଓ ନିଶାଚର ପ୍ରଜାପତି ଦେଖାଯାଆନ୍ତି। ଏମାନଙ୍କର ସୁରକ୍ଷା ପାଇଁ ସଚେତନତା, ସଂରକ୍ଷଣ ଓ ଗବେଷଣା ଦିଗରେ ଆଜି ବି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କେବଳ ବ୍ରିଟିସ ଶାସନ ସମୟରେ ଗଞ୍ଜାମଜିଲ୍ଲା ଉପରେ କିଛି ଅନୁଧ୍ୟାନ କରାଯାଇଥିଲା। ଏମାନଙ୍କର ସଂରକ୍ଷଣର ଆବଶ୍ୟକତା ଆଜିର ଦିନରେ ଅତ୍ୟନ୍ତ ଜରୁରି। ତେଣୁ ଏ ଦିଗରେ ଗବେଷଣା ଓ ସଚେତନତା ଜାରି ରଖିବାକୁ ମନସ୍ଥ କରିଥିଲି।’’

 

 

ସୌଜନ୍ୟ – ସମ୍ବାଦ

Comments are closed.