ବିଶାଖାପାଟଣା: ଭାରତ ନିଜର ସାମୁଦ୍ରିକ ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଶାଖାପାଟଣା ଗସ୍ତ ଅବସରରେ ଦେଶର ତୃତୀୟ ସ୍ୱଦେଶୀ ଆଣବିକ ସବ୍ମରିନ୍ ”ଆଇଏନଏସ ଆରିଧମନ”ର ଜଳାବତରଣ ନେଇ ସଙ୍କେତ ଦେବା ସହ ଅତ୍ୟାଧୁନିକ ଷ୍ଟେଲଥ୍ ଫ୍ରିଗେଟ୍ ”ଆଇଏନଏସ ତାରାଗିରି”କୁ ନୌସେନାରେ ସାମିଲ କରିଛନ୍ତି। ଏହି ନୂତନ ଯୁଦ୍ଧଜାହାଜ ଓ ସବମରିନ୍ ଭାରତର ”ସେକେଣ୍ଡ ଷ୍ଟ୍ରାଇକ୍” କ୍ଷମତାକୁ ସୁଦୃଢ଼ କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଏକ ଶକ୍ତିଶାଳୀ ନୌସେନାର ଆବଶ୍ୟକତାକୁ ପ୍ରତିପାଦିତ କରିଛି।
୭,୦୦୦ ଟନ୍ ବିଶିଷ୍ଟ ”ଆରିଧମନ” ପୂର୍ବ ସବମରିନ୍ ଆରିହନ୍ତ ଓ ଆରିଘାତ ତୁଳନାରେ ଅଧିକ ଶକ୍ତିଶାଳୀ ଏବଂ ଏଥିରେ ୩,୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା କେ-୪ ମିସାଇଲ୍ ମୁତୟନ ହୋଇଛି। ଏହାର ୮୩ ମେଗାୱାଟର ରିଆକ୍ଟର ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଅଦୃଶ୍ୟ ରହି ଆକ୍ରମଣ କରିବାର କ୍ଷମତା ପ୍ରଦାନ କରେ।
ସୌଜନ୍ୟ ସମ୍ବାଦ

