ମନୋରଞ୍ଜନ

Ranveer Singh: କାନ୍ତାରା ଫିଲ୍ମର ଏହି ଦୃଶ୍ୟକୁ ମିମିକ୍ରି କରିଥିଲେ ରଣବୀର ସିଂହ, ଏବେ କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ…

ନୂଆଦିଲ୍ଲୀ: କିଛି ଦିନ ହେବ ‘କାନ୍ତାରା’ ମିମିକ୍ରି ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ରଣବୀର ସିଂହ । ହେଲେ ଏବେ ଏହି ମାମଲାରେ ତାଙ୍କୁ ମିଳିଛି ଆଶ୍ବସ୍ତି। କର୍ଣ୍ଣାଟକ ହାଇକୋର୍ଟ ‘କାନ୍ତାରା’ ବିବାଦରେ ରଣବୀର ସିଂହଙ୍କ ବିରୋଧରେ ରୁଜୁ ହୋଇଥିବା FIRକୁ ରଦ୍ଦ କରିଛନ୍ତି। ରଣବୀର ଏଥିପାଇଁ ସର୍ତ୍ତବିହୀନ କ୍ଷମା ଆବେଦନ କରିବା ପରେ କୋର୍ଟ ଏଫଆଇଆର ଖାରଜ କରିଛନ୍ତି। ଏହା ସହ କୋର୍ଟ ତାଙ୍କୁ ଚାରି ସପ୍ତାହ ଭିତରେ ମନ୍ଦିର ଯାଇ କ୍ଷମା ମାଗିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ ରଣବୀର ସିଂହ ଚାମୁଣ୍ଡେଶ୍ବରୀ ମନ୍ଦିରରେ କ୍ଷମା ମାଗିବେ।

ରଣବୀର ସିଂହଙ୍କୁ କୋର୍ଟରୁ ଆଶ୍ବସ୍ତି

ପ୍ରକୃତରେ ଅଭିନେତାଙ୍କ ଓକିଲ କର୍ଣ୍ଣାଟକ ହାଇକୋର୍ଟ ଶନିବାର ସର୍ତ୍ତବିହୀନ କ୍ଷମା ଆବେଦନ କରିଥିଲେ। ଆବେଦନରେ ଓକିଲ କହିଥିଲେ ଯେ, ଅଭିନେତା ବିଦେଶ ଯାଇପାରୁନାହାଁନ୍ତି। ଏଥିପାଇଁ ଏହି ମାମଲାକୁ ସମାଧାନ କରାଯାଉ ଏବଂ ଏଥିପାଇଁ କୋର୍ଟରେ ‘ସର୍ତ୍ତବିହୀନ’ ସତ୍ୟପାଠ ମଧ୍ୟ ଦେଇଥିଲେ। ଯାହା ପରେ କୋର୍ଟ ଏହି କେସ ଖାରଜ କରିଛନ୍ତି। ଅବଶ୍ୟ ମାମଲାକୁ ରଦ୍ଦ କରିଥିଲେ ବି ଗୋଟିଏ ସର୍ତ୍ତ ରଖିଛନ୍ତି କୋର୍ଟ।

କୋର୍ଟ ରଣବୀର ସିଂହଙ୍କ ମହୀଶୂରର ପ୍ରସିଦ୍ଧ ଚାମୁଣ୍ଡେଶ୍ବରୀ ମନ୍ଦିର ଯାଇ କ୍ଷମା ମାଗିବାକୁ ଆଦେଶ ଦେଇଛନ୍ତି। ଏବେ ରଣବୀର ସିଂହ ନିଜେ ଚାମୁଣ୍ଡେଶ୍ବରୀ ମନ୍ଦିର ଯିବେ ଏବଂ ପ୍ରାର୍ଥନା କରିବେ। କୋର୍ଟ ମାମଲାକୁ ସଂପୂର୍ଣ୍ଣ ସାମାଧାନ ପାଇଁ ରଣବୀରଙ୍କୁ ମନ୍ଦିର ଯାଇ ପଶ୍ଚାତାପ କରିବା ଆଦେଶ ଦେଇଛନ୍ତି। ଏମିତିରେ ରଣବୀର ସିଂହଙ୍କ ବିରୋଧରେ ରୁଜୁ ମାମଲା ରଦ୍ଦ ଫଳରେ ତାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି।

୪ ସପ୍ତାହର ସମୟ

ଶୁଣାଣି ସମୟରେ ରଣବୀର କୋର୍ଟରେ ହାଜର ହୋଇନଥିଲେ। ତାଙ୍କ ଓକିଲ କହିଥିଲେ ଯେ, ଫିଲ୍ମ ‘ଧୁରନ୍ଧର- ୨’ର ସଫଳତା ପରେ ସୁରକ୍ଷା କାରଣରୁ ଅଭିନେତା ଏବେ କୌଣସି ସ୍ଥାନକୁ ଯାଆସ କରିପାରୁନାହାଁନ୍ତି। ଶୁଣାଣି ସମୟରେ ବିଚାରପତି କହିଛନ୍ତି ତାଙ୍କ ବ୍ୟବହାର ଲୋକଙ୍କୁ ଆଘାତ ହୋଇଛି। ତେଣୁ ୪ ସପ୍ତାହ ଭିତରେ ମନ୍ଦିର ଯାଇ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସୌଜନ୍ୟ Prameya News7

Show More
Back to top button