ThomasCup: ଥମାସ୍‌ କପ୍‌: ଲଢେଇ କରି ଚୀନଠାରୁ ୩-୨ରେ ହାରିଲା ଭାରତ

ହର୍ସେନ୍ସ: ଲଢୁଆ ଖେଳ ପ୍ରଦର୍ଶନ ସତ୍ତ୍ବେ ଥମାସ୍‌ କପ୍‌ର ଚୂଡ଼ାନ୍ତ ଗ୍ରୁପ୍‌ ପର୍ଯ୍ୟାୟ ମୁକାବିଲାରେ ଚୀନଠାରୁ ୩-୨ରେ ହାରିଯାଇଛି ଭାରତ। ଲକ୍ଷ୍ୟ ସେନ୍‌ ୧୯-୨୧,୨୧-୮, ୧୨-୨୧ରେ ଲି’ ସି ଫେଙ୍ଗ୍‌ଙ୍କଠାରୁ ପରାଜିତ ହୋଇଥିବାବେଳେ ବିଶ୍ବର ନଂ୪ ଯୋଡ଼ି ସାତ୍ତ୍ବିକ୍‌ ସାଇସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ୍‌ ସେଟ୍ଟୀ ୧୩-୨୧, ୨୧-୧୩, ୨୪-୨୬ରେ ପ୍ୟାରିସ୍‌ ଅଲିମ୍ପିକ୍ସ ରୌପ୍ୟ ବିଜେତା ଲିଆଙ୍ଗ୍‌ ଓ୍ବେଇ କେଙ୍ଗ୍‌ ଓ ଓ୍ବାଙ୍ଗ୍‌ ଚାଙ୍ଗ୍‌ଙ୍କଠାରୁ ହାରିଯାଇଛନ୍ତି।

ତେବେ ଆୟୁଷ ସେଟ୍ଟୀ ତୃତୀୟ ମୁକାବିଲାରେ ଓ୍ବେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କୁ ପରାସ୍ତ କରି ସ୍ଥିତିକୁ ୨-୧କୁ ଆଣିଥିଲେ। ୟାଙ୍ଗ୍‌ଙ୍କ ବିପକ୍ଷରେ ପ୍ରଥମ ସେଟ୍‌କୁ ୧୭-୨୧ରେ ହାରିଯିବା ପରେ ବି ସେ ଜୋର୍‌ଦାର୍‌ ପ୍ରତ୍ୟାବର୍ତ୍ତନ କରି ଅବଶିଷ୍ଟ ଦୁଇ ସେଟ୍‌କୁ ୨୧-୧୩,୨୧-୧୫ରେ ଜିତିନେଇଥିଲେ। ଅନ୍ୟପକ୍ଷରେ ଚତୁର୍ଥ ମୁକାବିଲାରେ ଭାରତୀୟ ଯୋଡ଼ି ଏମଆର୍‌ ଅର୍ଜୁନ ଓ ହରିହରନ୍‌ ଅମସାକରୁନନ୍‌ ୧୭-୨୧, ୧୩-୨୧ରେ ଚୀନ ପ୍ରତିପକ୍ଷ ହେ ଜି ଟିଙ୍ଗ୍‌ ଓ ରେନ୍‌ ସିଆଙ୍ଗ ୟୁଙ୍କଠାରୁ ପରାଜିତ ହୋଇଥିଲେ। ଶେଷ ମ୍ୟାଚ୍‌ରେ ଏଚ୍‌.ଏସ୍‌. ପ୍ରଣୟ ୨୦-୨୨, ୨୧-୧୯, ୨୧-୧୧ରେ ଚୀନର ଲୁ ଗୁଆଙ୍ଗ୍‌ ଜୁଙ୍କୁ ପରାସ୍ତ କରି ପରାଜୟ ବ୍ୟବଧାନକୁ ୨-୩ କରିଥିଲେ।

ସୌଜନ୍ୟ ସମ୍ବାଦ