ରାଜ୍ୟ

Badbil Accident : ଯାତ୍ରୀବାହୀ ବସ୍ ସହ ଟ୍ରେଲରର ଭୟଙ୍କର ଧକ୍କା, ଗାଡ଼ିରେ ଥିଲେ ଅନେକ ଲୋକ

ବଡ଼ବିଲ ୧୧।୦୫ : ଯାତ୍ରୀବାହୀ ବସ୍ ସହ ଟ୍ରେଲରର ଧକ୍କା । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏନ୍ ଏଚ୍ ୫୨୦ କଳାପାହାଡ଼ ନିକଟରେ ଯାତ୍ରୀବାହୀ ବସ୍ ସହ ଟ୍ରେଲର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ସମସ୍ତ ବସ୍ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ଖବର ଅନୁଯାୟୀ, ସୋମବାର ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଯୋଡ଼ା ଅଭିମୁଖେ ଆସୁଥିବା ନାଇଟ୍ କୋଚ୍ ବସକୁ ସାମ୍ନା ପଟୁ ଏକ ଟ୍ରେଲର୍ ଧକ୍କା ଦେଇଥିଲା । ତେବେ ବସର ପଛ ଭାଗରେ ଟ୍ରେଲର ପିଟିବା କାରଣରୁ ଡାହାଣ ପଟ କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମୟରେ ବସ୍ ରେ ପ୍ରାୟ ୭ ରୁ ୮ ଜଣ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କ ଦୁର୍ଘଟଣାରେ କିଛି କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

 

 

ସୌଜନ୍ୟ Prameya News7

Show More
Back to top button