Udala News : ଯୁବତୀଙ୍କୁ ଅସଦାଚରଣ କରୁଥିଲେ, କାବୁ କରି ନିର୍ଘାତ ପିଟିଲେ ଗ୍ରାମବାସୀ

ଉଦଳା ୧୧।୦୫ : କେବେ ସୁଧୁରିବେ । ବାରମ୍ବାର ତାଗିଦ ପରେ ବି ଶୁଣୁନାହାନ୍ତି ଲୋକେ । ଆଇନକୁ ବାରମ୍ବାର ହାତକୁ ନେଉଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ପାଟଶାଣିପୁର ପଞ୍ଚାୟତ ବରହମପୁର ଗାଁରୁ ଆସିଛି ଭୟଙ୍କର ଅଘଟଣ । ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମାବାସୀ ମାରିଛନ୍ତି ନିର୍ଦ୍ଦୁମ ମାଡ଼ ।

ଖବର ଅନୁଯାୟୀ, ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତିରେ ବରହମପୁର ଗାଁରେ ପଶିଥିଲେ । ଏହି ସମୟରେ ଗାଁର ଏକ ଆଦିବାସୀ ପରିବାରର କାର୍ଯ୍ୟକ୍ରମ ଚାଲିଥିଲା । ସେଠାରେ ପହଞ୍ଚି ଦୁଇ ଜଣ ଯୁବତୀଙ୍କୁ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ । ଏପିରିକି ଯୁବତୀଙ୍କୁ ହଇରାଣ ମଧ୍ୟ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ରାଗିଯାଇଥିଲେ । ଏହାପରେ ତୁରନ୍ତ ଦୁଇ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜଣେ ଯୁବକ ଫେରାର ହୋଇଯାଇଥିଲେ । ବାକି ଅନ୍ୟ ଜଣଙ୍କୁ କାବୁ କରିଥିଲେ ଗ୍ରାମବାସୀ । କାବୁ କରିବା ପରେ ଦଉଡ଼ିରେ ଗଛରେ ବାନ୍ଧିଥିଲେ ଏବଂ ଖୁବ ମାଡ଼ ମାରିଥିଲେ ।

ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟ ଧରି ମାଡ଼ ଖାଉଥିବା ଯୁବକଙ୍କୁ ଉଦ୍ଧାର କରିଛି । ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ଖୋଜି ଖୋଜି ଆସିଥିଲେ । ବାଉଳାରେ ଅନ୍ୟ ଯୁବତୀଙ୍କ ଧରି ପକାଇଥିଲେ ବୋଲି କହିଛନ୍ତି ।

 

 

 

ସୌଜନ୍ୟ Prameya News7