Theft From Temple: ମନ୍ଦିରରୁ ଚୋରି, ଅଳଙ୍କାର ସହ ଦକ୍ଷିଣା ଲୁଟି ନେଇଛନ୍ତି ଚୋର

ରାୟଗଡା: ବିଳମ୍ବିତ ରାତିରେ ରାୟଗଡା ସହର ଉପକଣ୍ଠ କୋଟଲାଗୁଡା ଶୈଳେଶ୍ବର ମନ୍ଦିରରୁ ଲୁଟ୍ ହୋଇଛି I ହୁଣ୍ଡି ଭାଙ୍ଗି ଅଳଙ୍କାର ସହ ଦକ୍ଷିଣା ଲୁଟି ନେଇଛନ୍ତି ଚୋର I ଦୁର୍ବୃତ୍ତମାନେ ମନ୍ଦିର ପାର୍ଶ୍ୱରେ ଥିବା ହନୁମାନ ଓ ଶାରଳା ମନ୍ଦିରରୁ ମଧ୍ଯ ଲୁଟ୍ କରିଛନ୍ତି I

ପୁଲିସର ତଦନ୍ତ ଜାରି

ରାୟଗଡା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି I ହତ୍ୟାକାଣ୍ଡକୁ ନେଇ ରାୟଗଡାରେ ଉତ୍ତେଜନା ଲାଗିରହିଥିବା ବେଳେ ୧୧ ପ୍ଲାଟୁନ ପୁଲିସ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି I ଏଭଳି ପରିସ୍ଥିତିରେ ମନ୍ଦିର ଚୋରି ଘଟଣାକୁ ନେଇ ଭୟ ଓ ଆଶଙ୍କାରେ ଅଛନ୍ତି ସହରବାସୀ I କେତେ ପରିମାଣ ସମ୍ପତ୍ତି ଚୋରି ହୋଇଛି, ସେନେଇ ସୂଚନା ମିଳିପାରିନାହିଁ I

 

 

ସୌଜନ୍ୟ ସମ୍ବାଦ