ନୂଆଦିଲ୍ଲୀ: NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଆସନ୍ତା ଜୁନ୍ ୨୧, ୨୦୨୬ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ।
ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ପୂର୍ବ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏବେ ନୂଆ ତାରିଖ ଘୋଷଣା କରିବା ସହ NTA ପକ୍ଷରୁ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କୁ ସତର୍କ କରାଯାଇଛି। କୌଣସି ଗୁଜବରେ ବିଶ୍ୱାସ ନକରି କେବଳ NTA ର ଅଫିସିଆଲ୍ ୱେବସାଇଟ୍ ଏବଂ ଯୋଗାଯୋଗ ମାଧ୍ୟମରେ ଦିଆଯାଉଥିବା ତଥ୍ୟ ଉପରେ ଭରସା କରିବାକୁ ଏଜେନ୍ସି ପକ୍ଷରୁ ଅନୁରୋଧ କରାଯାଇଛି।
ପରୀକ୍ଷା ସୂଚୀ:
ପୁନଃ ପରୀକ୍ଷା ତାରିଖ: ଜୁନ୍ ୨୧, ୨୦୨୬
ବାର: ରବିବାର
ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ତଦନ୍ତ ଜାରି ରହିଥିବା ବେଳେ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ NTA ଏବଂ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା ସମ୍ପର୍କିତ ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀମାନେ ନିୟମିତ ଭାବେ NTA ର ପୋର୍ଟାଲ୍ ଚେକ୍ କରିବାକୁ କୁହାଯାଇଛି।
ସୌଜନ୍ୟ Prameya News7

